ଓଡିଶା

ରାଜ୍ୟପାଳଙ୍କ ନିକଟରେ ଅଯୋଧ୍ୟାରୁ ନିମନ୍ତ୍ରଣ 

(ଭୁବନେଶ୍ୱର) : ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରୁ ନିମନ୍ତ୍ରଣ ଅକ୍ଷତ କଳସ ଆସି ଭୁବନେଶ୍ୱରରେ ପହଞ୍ଚିଛି। ଆଜି ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଏହି ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ପହଞ୍ଚିଛନ୍ତି।

ସୂଚନାନୁଯାୟୀ , ଆସନ୍ତା ଜାନୁଆରି ମାସ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଥିବା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ନିଜ ପ୍ରଭାବ କ୍ଷେତ୍ରରେ ଯଥାସମ୍ଭବ ଏକ ମହୋତ୍ସବ ରୂପେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ୨ଦିନ ପୂର୍ବରୁ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆସିଛି ନିମନ୍ତ୍ରଣପତ୍ର। ଆସନ୍ତା ଜାନୁଆରି ୨୨ ତାରିଖରେ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଥିବା ବେଳେ ଆଜି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ପକ୍ଷରୁ ଅକ୍ଷତ କଳସ ଓ ନିମନ୍ତ୍ରଣପତ୍ର ଆସିଥିଲା। ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Related posts

କେନ୍ଦୁଝରରେ ଲୁହାପଥର ଚୋରୀ ଅଭିଯୋଗରେ ପୋଲିସର ଚଢାଉ

mahabharatanews

ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ

mahabharatanews

୧୯ରେ ପୁଣି ଓଡ଼ିଶା ଆସିବେ ମୋଦି 

mahabharatanews