ଓଡିଶା

ଏହି ଦିନ ହେବ ରଥକାଠ ଅନୁକୂଳ 

(ପୁରୀ) : ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଷୋଷଯାତ୍ରା ୨୦୨୪ ନିମନ୍ତେ ଆଜି ରଥକାଠ ଅନୁକୂଳ ପାଇଁ ଶୁଭଦିନ ନିର୍ଘଣ୍ଟ ହୋଇଛି। ଆସନ୍ତା ଜାନୁଆରି ମାସ ୨ ତାରିଖ କିମ୍ବା ୯ ତାରିଖ ପାଇଁ ଦୁଇଟି ଶୁଭଦିନ ନିର୍ଘଣ୍ଟ କରାଯାଇଛି। ତେବେ ୨ ତାରିଖ ଅପେକ୍ଷା ୯ ତାରିଖ ଦିନଟି ପୂଜାପାଇଁ ଉତ୍ତମ ଥିବା କୁହାଯାଇଛି।

ସୂଚନାନୁଯାୟୀ, ନୟାଗଡ଼ ଜିଲ୍ଲା ଗଣିଆ ବଡମୂଳସ୍ଥିତ ମା’ ବଡ଼ରାଉଳଙ୍କ ପୀଠରେ ରଥକାଠ ଅନୁକୂଳ ପୂଜା କରିବା ପରେ ପ୍ରତିବର୍ଷ ରଥକାଠ କଟାଯିବା କାର୍ଯ୍ୟ ଆରମ୍ଭ ହୋଇଥାଏ। ଆବାହମାନ କାଳରୁ ଏହି କାଠକୁ ନୟାଗଡ଼ ବନଖଣ୍ଡ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳରୁ ଯୋଗାଇ ଦିଆଯିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ମା’ ବଡ଼ରାଉଳଙ୍କ ପୀଠରେ ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ଆସି ପହଞ୍ଚିବା ପରେ ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ଏହି ପୂଜାନୀତି ଅନୁଷ୍ଠିତ ହୋଇଥାଏ। ଏହି ପୂଜା ପ୍ରତିବର୍ଷ ପୌଷ ମାସରେ ଅନୁଷ୍ଠିତ ହୁଏ।

Related posts

୨୮ରୁ ରତ୍ନଭଣ୍ତାର ଲେଜର ସ୍କାନିଂ 

mahabharatanews

ଟଙ୍କା ଲୁଟ ପାଇଁ ଏଟିଏମ ଭାଙ୍ଗିଲେ ଦୁର୍ବୃତ୍ତ

mahabharatanews

ବିଦେଶରୁ ଫେରି ଯୁବକ କ୍ୱାରେଣ୍ଟାଇନରେ

mahabharatanews