ଭାରତ

ଶପଥ ଗ୍ରହଣ କଲେ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ 

(ମଧ୍ୟପ୍ରଦେଶ) : ଆଜି ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ‘ବିଜେପି’ ବିଧାୟକ ତଥା ନେତା ମୋହନ ଯାଦବ ଶପଥ ଗ୍ରହଣ କରିଛନ୍ତି। ଭୋପାଳସ୍ଥିତ ‘ଲାଲ୍‌ ପରେଡ୍‌ ଗ୍ରାଉଣ୍ଡ୍‌’ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ୍‌ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ସୂଚନାନୁଯାୟୀ , ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ କେତେକ ‘ବିଜେପି’ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ।ତାଙ୍କ ସହିତ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡ଼ା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାଛଡ଼ା, ସେ ରାଜ୍ୟ ‘ବିଜେପି’ କାର୍ଯ୍ୟାଳୟକୁ ଯାଇ ‘ଜନସଂଘ’ର ଅନ୍ୟତମ ସଂସ୍ଥାପକ ପଣ୍ଡିତ ଦୀନଦୟାଲ୍‌ ଉପାଧ୍ୟାୟ ଓ ‘ବିଜେପି’ର ଆଦର୍ଶ ପ୍ରଣେତା ଶ୍ୟାମପ୍ରସାଦ ମୁଖାର୍ଜୀ ଙ୍କ ପ୍ରତି ସମ୍ମାନ ଜଣାଇଥିଲେ।

Related posts

ଆଜିଠୁ ପୁଣି ଦିଲ୍ଲୀ ଚଲୋ ଅଭିଯାନ

mahabharatanews

ଜାହାଙ୍ଗୀରପୁରୀ ହିଂସା କାଣ୍ଡ : ୨ ଅଭିଯୁକ୍ତ ଗିରଫ

mahabharatanews

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ସୁପ୍ରିମ କୋର୍ଟ ଗଠନ କରିଛନ୍ତି ୫ ଜଣିଆ କମିଟି

mahabharatanews