ଓଡିଶା

 ଜାଡରେ ଥରୁଛି ଓଡ଼ିଶା

(ଭୁବନେଶ୍ୱର)  : ଜାଡରେ  ଥରୁଛି ଓଡ଼ିଶା । ଅଦିନିଆ ବର୍ଷା ପରେ ଆକାଶରୁ ବାଦଲ ହଟିବା ପରେ ରାଜ୍ୟରେ ବଢିଛି ଶୀତ । ରାତିର ତାପମାତ୍ରା କମିବାରେ ଲାଗିଛି । ଏହା ପରେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗରମ ଚା’ ପିଇ ଶୀତର ମଜା ନେଉଛନ୍ତି ଲୋକେ । ତେବେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଓ କନ୍ଧମାଳର ଜି. ଉଦୟଗିରି ଅଞ୍ଚଳରେ ଗତକାଲି ଠାରୁ ପ୍ରବଳ ଶୀତ ଲାଗି ରହିଛି ।

 

ସୂଚନାନୁଯାୟୀ , ରାଜ୍ୟରେ କେନ୍ଦୁଝର ସବୁଠାରୁ ଥଣ୍ଡା ସହର ପାଲଟିଛି । 9.6 ଡିଗ୍ରୀ ସହ କେନ୍ଦୁଝର ସବୁଠାରୁ ଥଣ୍ଡା ସହର ହୋଇଛଇ । ସେହିପରି ଫୁଲବାଣୀ ୧୦, ଦାରିଙ୍ଗବାଡି ୧୦, କୋରାପୁଟ ୧୦.୮, କଟକ ୧୪.୮ ଓ ଭୁବନେଶ୍ୱର ତାପମାତ୍ରା ୧୫ ଡିଗ୍ରୀକୁ ଖସିଛି ।

Related posts

ଓୟୋରେ ଦୁଷ୍କର୍ମ, ଯୁବକ ଗିରଫ

mahabharatanews

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

mahabharatanews

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପୁଣି ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

mahabharatanews