ଓଡିଶା

ମାଓବାଦୀଙ୍କ ବିରୋଧରେ ଚାଲିଛି ବଡ଼ ଅପରେସନ

(ବୌଦ୍ଧ) : ମାଓବାଦୀଙ୍କ ବିରୋଧରେ ଚାଲିଛି ଏକ ବଡ଼ ଅପରେସନ । SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ କାଲିଠାରୁ ଚାଲିଛି ଗୁଳିବିନିମୟ ଲାଗିରହିଛି ।ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଫାଣ୍ଡି ଅଞ୍ଚଳ ନଳୀକୁମ୍ପା ଜଙ୍ଗଲରେ ଚାଲିଛି ଏହି ଅପରେସନ ।

ସୂଚନାନୁଯାୟୀ , କମ୍ବିଂ ଅପରେସନ। SOGର ୧୫ଟି ଟିମ୍ କମ୍ବିଂ ଅପରେସନରେ ସାମିଲ ହୋଇଛନ୍ତି। ଜବତ ହେଲା ପ୍ରାୟ ୪୦IED। ଏଥିପାଇଁ ବୌଦ୍ଧ, ବ୍ରହ୍ମପୁର ଓ କନ୍ଧମାଳରୁ ବମ୍ ସ୍କ୍ୱାଡ୍‌ଙ୍କୁ ସାମିଲ କରାଯାଇଛି । ଅପରେସନରେ ପ୍ରାୟ ୩ ଶହରୁ ଅଧିକ SOG ଯବାନ ସାମିଲ ହୋଇଛନ୍ତି । ନଳୀକୁମ୍ପା ଜଙ୍ଗଲକୁ ଘେରି ଜୋରଦାର ଅପରେସନ କରାଯାଉଛି । ଜଙ୍ଗଲରେ ବିସ୍ଫୋରକ ଠାବ ସହ ନିଷ୍କ୍ରିୟ କରିବା ପାଇଁ ୩ଟି ବୋମା ନିଷ୍କ୍ରିୟକାରୀ ଟିମ୍‌ ଏହି ଅପରେସନରେ ସାମିଲ ହୋଇଛନ୍ତି ।

Related posts

ବନ୍ତଳା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

mahabharatanews

ପାଗରେ ପରିବର୍ତ୍ତନ ଖରାରୁ ସାମାନ୍ୟ ଆସ୍ୱସ୍ତି

mahabharatanews