ଓଡିଶା

 ଓଡ଼ିଶା ଆସିବେ ଏ ଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

(ଭୁବନେଶ୍ୱର) : ଆଗାମୀ ୨୦୨୪ ଜାନୁଆରିରେ ଓଡ଼ିଶା ଆସିବେ ଏ ଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଏନେଇ ସୂଚନା ମିଳିଛି। ଗତକାଲି ଦିଲ୍ଲୀରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ପ୍ରଦେଶ କଂଗ୍ରେସ ସଂଗଠନ ବିଷୟରେ ଆଲୋଚନା କରିଥିଲେ।  ବୈଠକ ପରେ ଖଡ଼ଗେଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେପଟେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟି ଜାନୁଆରିରେ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିବେ ବୋଲି ଜଣାଯାଇଛି। ଏବେ ପିସିସି ସଭାପତି ଶରତ ପଟ୍ଟନାୟକ ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି।

Related posts

ନନ୍ଦନକାନନରେ ୪ ଦିନରେ ୪ ପକ୍ଷୀଙ୍କ ମୃତ୍ୟୁ

mahabharatanews

ଜିଲ୍ଲା କୋଭିଡ ଫଣ୍ଡକୁ ୪୬ ଲକ୍ଷ ଟଙ୍କା ପ୍ରଦାନ କଲେ ଚିତ୍ରକୋଣ୍ଡା ବିଧାୟକ

mahabharatanews

ଅଗ୍ନିକାଣ୍ଡରେ ୩ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

mahabharatanews