ଓଡିଶା

୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା 

(ଭୁବନେଶ୍ୱର) : ଫେବ୍ରୁଆରି ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୨୦ ତାରିଖରେ ଯୁକ୍ତ ୨ ପରୀକ୍ଷା ସରିବ। ଫେବ୍ରୁଆରି ୧୬ରୁ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ।

ସୂଚନାନୁଯାୟୀ ,  ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ମଧ୍ୟ ଘୋଷିତ ହୋଇଛି।  ଚଳିତ ବର୍ଷ ବିଜ୍ଞାନରେ ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହା ସହ କଳାରେ ପ୍ରାୟ ୪ ଲକ୍ଷ ଓ ବାଣିଜ୍ୟରେ ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସୂଚନା ରହିଛି। ମାର୍ଚ୍ଚ ୨୦ ତାରିଖରେ ଯୁକ୍ତ ୨ ପରୀକ୍ଷା ସରିବ।

Related posts

କୋଭିଡ-୧୯ କଟକଣାକୁ ଆହୁରି ଶକ୍ତ କରିଛି ବିଏମସି

mahabharatanews

ହିଂଜିଳି ସହରରେ ଯିବା ଆସବା ନେଇ ରୋକ ଲଗାଇଲା ପୁଲିସ

mahabharatanews

ବେସାହାରା ବାଳକର ଗୁହାରୀ: କମ୍ ଟଙ୍କା ହେଉପଛେ କାମଟେ ଦିଅ

mahabharatanews