ଓଡିଶା

କେନ୍ଦୁଝରରେ ଲୁହାପଥର ଚୋରୀ ଅଭିଯୋଗରେ ପୋଲିସର ଚଢାଉ

କେନ୍ଦୁଝରରେ ଲୁହାପଥର ଚୋରୀ ଅଭିଯୋଗରେ ପୋଲିସର ଚଢାଉ, ୨ଟି ହାଇୱା, ଗୋଟିଏ ଲୋଡର ମେସିନ ସହ ୨ଜଣ ଅଭିଯୁକ୍ତ ଗିରଫ । ବାମେବାରୀ  ଥାନା ପିଢ଼ପୋଖରୀ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ପୋଲିସ ପକ୍ଷରୁ ଚଢ଼ାଉ କରି ଚୋରା ଲୁହାପଥର ବୋଝେଇ ଦୁଇଟି ହାଇୱ। ଟ୍ରକ୍ ,ଗୋଟିଏ ଲୋଡର ମେସିନ ସହିତ ଏଥିରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ବାବୋରୀ ଥାନା , ଅଂଚଳରେ ଚୋରା ଲୁହାପଥର ବୋଝେଇ ହେଉଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ   ଚଢାଉ କରିଥିଲେ । ଚଢାଉ ଫଳରେ ଦୁଇଟି ହାଇୱ। ଟ୍ରକ୍  ଗୋଟିଏ ଲୋଡର ମେସିନ କୁ ଜବତ  । ଏହି ଚୋରା କାରବାର ରେ ବ୍ୟବହୃତ ଗୋଟିଏ ବାଇକ୍ କୁ ମଧ୍ୟ ଜବତ କରାଯାଇଛି । ଏଥିରେ ସଂପୃକ୍ତି ଅଭିଯୋଗରେ ପୋଲିସ ସୁନ୍ଦରଗଡ ଜିଲ୍ଲା କୋଇଡା ମିଥିଳା ଅଞ୍ଚଳ ର ଗଣେଶ ଦେହୁରୀ ଓ ବଡ଼ବିଲ ଶ୍ରୀରାମ ନଗର ର ଏମ ଡି ଫରମ।ନ୍ କୁ ଗିରଫ କରିଛି । ଟ୍ରକ୍ ଦ୍ୱୟରେ ପ୍ରାୟ ୫୮ ମେଟ୍ରିକ୍ ଟନ୍ ର ଉନ୍ନତ ମାନର ଲୁହାପଥର ବୋଝେଇ ହୋଇଥିବା ପୋଲିସ ସୂଚନା ଦେଇଛି ।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି ।

କିଛି ଦିନ ପୂର୍ବେ  ଯୋଡା ଖଣି ବିଭାଗ,ଓ ପୋଲିସ ଚଢ଼ାଉ କରି ଚୋରା କାରବାରରେ ସଂପୃକ୍ତ ଟ୍ରକ୍,ମେସିନ ଜବତ  ଓ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା ।ତଥାପି ଉକ୍ତ ଅଂଚଳରେ ଚୋରା କାରବାର ଥମୁ ନାହିଁ । କେନ୍ଦୁଝର – ସୁନ୍ଦରଗଡ ସୀମାନ୍ତ ଅଞ୍ଚଳରେ ଚୋରା ଖଣିଜ କାରବାର ଦିନ କୁ ଦିନ ବୃଦ୍ଧି ପାଉଛି । ସୀମାନ୍ତ ଅଞ୍ଚଳରୁ ଖଣିଜ ଚୋର ମାନେ ଜଙ୍ଗଲ ରାସ୍ତା ଦେଇ ଅନାୟ।ସରେ ପରିବହନ କରୁଛନ୍ତି । ଦୁଇ ଜିଲ୍ଲା ର ଏହା ହେଉଛି ସୀମାନ୍ତ ଅଞ୍ଚଳ । ଦୁଇ ଜିଲ୍ଲାର ପୋଲିସ , ବନ ବିଭାଗ ଓ ଖଣି ବିଭାଗର ସମନ୍ଵୟ ଅଭାବରୁ ଚୋରା ଚାଲାଣ ବହୁ ଚୋରା କାରବାର ର ସୁରାକ ମିଳି ପାରୁ ନାହିଁ ।

Related posts

ବୁଣାକାରମାନଙ୍କୁ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଯୁବ କଂଗ୍ରେସର ଦାବିପତ୍ର

mahabharatanews

ଜମି ବିବାଦରୁ ପୁଅକୁ ହତ୍ୟା କଲା ସୈତାନ ବାପା

mahabharatanews

ବ୍ରହ୍ମପୁର ଗଣବଳାତ୍କାର; ୫ କଲେଜ ଛାତ୍ରଙ୍କୁ କୋର୍ଟ ଚାଲାଣ 

mahabharatanews