ଓଡିଶା

ଆଜି ଓଢଣ ଷଷ୍ଠୀ ନୀତି; ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର 

(ପୁରୀ) : ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ ନୀତି । ଏଥିନିମନ୍ତେ ଆଜିଠୁ ଶୀତ ପାଇଁ ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯିବ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପରିଧାନ କରିବେ ମହାପ୍ରଭୁ ।

ସୂଚନାନୁଯାୟୀ , ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଓଢଣ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ସହ ମଇଲମ ବଢିବା ପରେ ଠାକୁରମାନଙ୍କୁ ପାଗ ଓ ଘୋଡ଼ ଲାଗି କରାଯିବା ପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥାଏ । ଏହା ପରେ ପ୍ରସାଦ ଲାଗି ସହ ତିନି ବାଡ଼ରେ ବନ୍ଦାପନା ମଧ୍ୟ କରାଯାଇଥାଏ । ବିଭିନ୍ନ ବାର ଅନୁସାରେ ଶ୍ରୀଜିଉମାନେ ଏହି ଘୋଡ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି । ଏଥିରେ ୨୨ ହାତିଆ ସୂତାପୁଟା, ପତନୀ ଓ ଗୀତଗୋବିନ୍ଦ ପାଟରେ ଠାକୁରଙ୍କ ନୂତନ ଶୀତବସ୍ତ୍ର ସହ ଘୋଡ ଲାଗି ବେଶ କରାଯିବ ।

Related posts

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକପ୍ରିୟ ସାଂସଦ ମହେଶ ସାହୁଙ୍କ ବଳିଷ୍ଟ ପଦକ୍ଷେପ

mahabharatanews

ଆସନ୍ତା ୨୪ ଘଣ୍ଟାରେ ଓଡିଶା ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

mahabharatanews

କାଠ ଫାଳିଆରେ ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇ

mahabharatanews

Leave a Comment