ଓଡିଶା

ପ୍ରବଳ ଜାଡ଼ ଅନୁଭୂତ 

(କନ୍ଧମାଳ) : ବଢ଼ିବାରେ ଲାଗିଛି ଥଣ୍ଡା । କିଛି ଦିନ ହେଲା କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହର ଥଣ୍ଡାର ସହର ଭାବେ ଓଡ଼ିଶାରେ ପରିଚିତ ରହିଥ‌ିବା ବେଳେ ଦିନକୁ ଦିନ ପାରଦ ତଳମୁଁହା ହେବା ସହ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି। ପ୍ରବଳ ଥଣ୍ଡା ସହ ଜାଡ଼ ଅନୁଭୂତ ହେଉଛି।

ସୂଚନାନୁଯାୟୀ , ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଘୁ.ଉଦୟଗିରି ହୋଇଥିବା ବେଳେ ଏଠାରେ କ୍ରମାଗତ ଭାବରେ ପାରଦ ତଳମୁହାଁ ହୋଇଥିବା ଦେଖିବାକୁ ମିଳିଛି। ଗତ ୧୧ ତାରିଖରେ ଅଞ୍ଚଳର ତାପମାତ୍ରା ୯.୪ ରହିଥିଲା ଯାହାକି ରାଜ୍ୟରେ ପ୍ରଥମ ଥଣ୍ଡା ସହର ଭାବରେ ପରିଗଣିତ ହୋଇଥିଲା। ତାପରଠାରୁ ଆଜକୁ ପ୍ରତ୍ୟକ ଦିନ ପାରଦ ୧୦ ଡିଗ୍ରୀ ତଳେ ରହିଛି। ଏହି ମାସ ଆର୍ଥାତ ଡ଼ିସେମ୍ବର ମାସ ୧୨ ତାରିଖରେ ୭.୨,୧୩ ତାରିଖରେ ୮.୪,୧୪ ତାରିଖରେ  ୭.୦, ୧୫ ତାରିଖରେ ୭.୫, ୧୬ ତାରିଖରେ ୮.୪,  ୧୭ ତାରିଖରେ ୮.୬, ୧୮ ତାରିଖରେ ୮.୦ ଓ ଆଜି ୧୯ ତାରିଖରେ ୬.୫ ତାପମାତ୍ର ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି।

Related posts

ଭଲ ନ ଲାଗିବାରୁ ଭାଙ୍ଗି ଦେଲି

mahabharatanews

ଜଙ୍ଗଲରୁ ବିଷାକ୍ତ ଛତୁ ଆଣି ଖାଇବା ମହଙ୍ଗା ପଡିଲା

mahabharatanews

ପୁଅ ନୁହଁ ! କିନ୍ତୁ ପୁଅର କର୍ତ୍ତବ୍ୟ କଲେ

mahabharatanews