ଓଡିଶା

 ପରିକ୍ରମା ପ୍ରକଳ୍ପ: ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ 

(ପୁରୀ) : ଆସନ୍ତା ଜାନୁଆରୀ ୧୭ରେ ଶ୍ରୀକ୍ଷେତ୍ର ପୁରୀରେ ଚାଲିଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟନୀ ଯାତ୍ରା କରିବେ । ସେଠାରେ ଜଗତଗୁରୁଙ୍କ ସହ ବିସ୍ତୃତ ଭାବରେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧି ବିଧାନ ସମ୍ପର୍କରେ ସମ୍ପୂର୍ଣ୍ଣ ଆଲୋଚନା କରାଯିବ ।

ସୂଚନାନୁଯାୟୀ , ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯଜମାନ ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ ।  ପରେ ଭାରତବର୍ଷର ୪ ଧାମ, ୧୨ ଜ୍ୟୋତିର୍ଲିଙ୍ଗ, ଭାରତ ବର୍ଷର ବିଭିନ୍ନ ଶୈବପୀଠ, ଜଗନ୍ନାଥ ମନ୍ଦିର ଓ ବିଭିନ୍ନ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ ପାଇଁ ସେବାୟତ ମାନେ ଯାତ୍ରା କରିବେ । ଆଗାମୀ ୨୬ ତାରିଖରୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଆରମ୍ଭ ହେବ ଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯାତ୍ରାର ଶୁଭାରମ୍ଭ କରିବେ ।

Related posts

ରାଜ୍ୟରେ ୨୪ ଘଣ୍ଟାରେ ୧୬୯୫ କରୋନା ପଜିଟିଭ୍ ଚିହ୍ନଟ

mahabharatanews

 ରାଜ୍ୟରେ ଘନ କୁହୁଡ଼ି,ଗାଡ଼ି ଚଳାଚଳ ବାଧାପ୍ରାପ୍ତ 

mahabharatanews

ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗଞ୍ଜାମରୁ ଉଠାଇ ଆଣିଲା କମିଶନରେଟ ପୋଲିସ

mahabharatanews