ଓଡିଶା

ରାଉରକେଲାରୁ କୋଲକାତାକୁ ଉଡ଼ିଲା ବିମାନ 

(ଭୁବନେଶ୍ୱର) : ଆଜିଠୁ ରାଉରକେଲାରୁ କୋଲକାତାକୁ ବିମାନ ସେବା । ରାଜ୍ୟ ସରକାରଙ୍କ ସହଯୋଗରେ ଆଜିଠୁ ରାଉରକେଲାରୁ କୋଲକତାକୁ ଆରମ୍ଭ ହୋଇଛି ବିମାନ ସେବା । ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ ଚଳାଚଳ ଆରମ୍ଭ ହୋଇଛି ।

ସୂଚନାନୁଯାୟୀ,  ସପ୍ତାହରେ ୩ ଦିନ ମଙ୍ଗଳବାର, ଗୁରୁବାର, ଶନିବାର ବିମାନ ସେବା ମିଳିବ । ଆଲାଏନ୍ସ ଏୟାର ବିମାନସେବା ଯୋଗାଇଦେବ । ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ଯୋଗାଇ ଦେଇଛନ୍ତି ବିମାନ ସେବା । ଯାତ୍ରୀମାନେ ଏବେ ବିମାନ ସେବାରେ କୋଲକାତା ଯାତ୍ରା କରିବେ ରାଉରକେଲାରୁ । ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରାଯାଇଛି । ରାଉରକେଲାରୁ କୋଲକାତା ଵିମାନ ସେଵା ପାଇଁ ପ୍ରାରମ୍ଭିକ ବିମାନ ଦେୟ ୧ ହଜାର ୯୯୯ ଟଙ୍କା ରହିଛି ।

Related posts

ଜଳବନ୍ଦୀ ସମସ୍ୟା ନେଇ ବିଏମସି କମିଶନରଙ୍କ ସମୀକ୍ଷା ବୈଠକ

mahabharatanews

ଓଏଏସ ସ୍ତରରେ ଅଦଳବଦଳ

mahabharatanews

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ

mahabharatanews