ଓଡିଶା

କଟକ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ

(କଟକ):  ତ୍ରିଶୁଳିଆ ପର୍ଯ୍ୟନ୍ତ ନୁହଁ କଟକ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ଏ ନେଇ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ରୂପରେଖରେ ପରିବର୍ତ୍ତନ ହୋଇଛି । ନୂଆବର୍ଷରେ ଏ ସମ୍ପ୍ରସାରିତ ପ୍ରକଳ୍ପର ଶିଳାନ୍ୟାସ ହେବ ।  ବର୍ତ୍ତମାନ ଏହାକୁ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ସମ୍ପ୍ରସାରିତ କରାଯିବ । ଏ ନେଇ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରୁଛନ୍ତି ରାଜ୍ୟ ସରକାର ।

ସୂଚନାନୁଯାୟୀ , ଏହି ପଦକ୍ଷେପ ସ୍ୱରୂପ ତ୍ରିଶୁଳିଆ ଓ କଟକର ଜୁଡିସିଆଲ ଏକାଡେମୀକୁ ସଂଯୋଗ କରୁଥିବା ନେତାଜୀ ସେତୁକୁ ଲାଗି ତିଆରି ହେବାକୁ ଥିବା ନୂଆ ସେତୁ ନିର୍ମାଣ ଯୋଜନାରେ କରାଯାଇଛି ପରିବର୍ତ୍ତନ । ଏଥିପାଇଁ 220 କୋଟି ଟଙ୍କାର ସେତୁ ଟେଣ୍ଡରକୁ ବାତିଲ କରାଯାଇଛି ।

Related posts

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି ; ୬୫୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଯୁବତୀଙ୍କୁ ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ

mahabharatanews

 ଆଜି ଏକାଦଶୀ ନୀତି : ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

mahabharatanews