ଓଡିଶା

କଟକ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ

(କଟକ):  ତ୍ରିଶୁଳିଆ ପର୍ଯ୍ୟନ୍ତ ନୁହଁ କଟକ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ଏ ନେଇ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ରୂପରେଖରେ ପରିବର୍ତ୍ତନ ହୋଇଛି । ନୂଆବର୍ଷରେ ଏ ସମ୍ପ୍ରସାରିତ ପ୍ରକଳ୍ପର ଶିଳାନ୍ୟାସ ହେବ ।  ବର୍ତ୍ତମାନ ଏହାକୁ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ସମ୍ପ୍ରସାରିତ କରାଯିବ । ଏ ନେଇ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରୁଛନ୍ତି ରାଜ୍ୟ ସରକାର ।

ସୂଚନାନୁଯାୟୀ , ଏହି ପଦକ୍ଷେପ ସ୍ୱରୂପ ତ୍ରିଶୁଳିଆ ଓ କଟକର ଜୁଡିସିଆଲ ଏକାଡେମୀକୁ ସଂଯୋଗ କରୁଥିବା ନେତାଜୀ ସେତୁକୁ ଲାଗି ତିଆରି ହେବାକୁ ଥିବା ନୂଆ ସେତୁ ନିର୍ମାଣ ଯୋଜନାରେ କରାଯାଇଛି ପରିବର୍ତ୍ତନ । ଏଥିପାଇଁ 220 କୋଟି ଟଙ୍କାର ସେତୁ ଟେଣ୍ଡରକୁ ବାତିଲ କରାଯାଇଛି ।

Related posts

ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ; ପରେ ପୋଲ ଉପରୁ ଠେଲି ଦେଇଥିଲେ

mahabharatanews

କେନାଲରେ ବୁଡିଗଲେ ଯୁବକ

mahabharatanews

ବ୍ଲକ୍ ଡ଼ାଟା ଏଣ୍ଟ୍ରି ଅପରେଟରଙ୍କ ପ୍ଲାଜମା ଦାନ

mahabharatanews