ଓଡିଶା

ଏଣିକି ସମଲେଶ୍ୱରୀ ମନ୍ଦିରରେ ପାନ-ଗୁଡୁଖା ନିଷେଧ

(ସମ୍ବଲପୁର) :  ନୂଆବର୍ଷରେ ଏଣିକି ସମଲେଶ୍ୱରୀ ମନ୍ଦିରରେ ପାନ-ଗୁଡୁଖାକୁ ନିଷେଧ । ଏହା ପୂର୍ବରୁ ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିରରେ ପାନଗୁଟଖା ବ୍ୟାନ୍ କରାଯାଇଥିଲା । ଏଣିକି ମନ୍ଦିର ଭିତରକୁ ନେବା ତ ଦୂରର କଥା ଯଦି କୌଣସି ବ୍ୟକ୍ତି ଗୁଡଖା ଖାଇ ଥିବେ ତେବେ ମଧ୍ୟ ସେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ।

ସୂଚନାନୁଯାୟୀ , ଖୁବ୍ ଶୀଘ୍ର ଏହି ନିୟମ ଲାଗୁ କରାଯିବା ନେଇ ମନ୍ଦିର ଟ୍ରେଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଆଗମୀ ଦିନରେ ମା’ସମଲେଶ୍ୱରୀ ମନ୍ଦିରକୁ ପ୍ଲାଷ୍ଚିକ ମୁକ୍ତ କରିବା ପାଇଁ ଯୋଜନା ରହିଛି । ଏଣକି ଭୋଗ ନେବା ପାଇଁ ପ୍ଲାଷ୍ଟିକ ବଦଳରେ ଫୁଲ ଏବଂ ଭୋଗ ନେବା ପାଇଁ କାଗଜ ବ୍ୟାଗ୍, କପଡା ବ୍ୟାଗ୍, ଚାଙ୍ଗୁଡି ଆଦିର ବ୍ୟବହାର କରାଯିବ ।

Related posts

୮ରେ ବାତ୍ୟା : ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

କରୋନା ସଂକ୍ରମଣ ଭୟ: ଲୋକେ ରାସ୍ତାରୁ ଟଙ୍କା ଉଠାଇବକୁ କୁଣ୍ଠିତ

mahabharatanews

କୋଟା: ୨ ଦିନରେ ୯ ଶିଶୁଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

mahabharatanews