ମନୋରଞ୍ଜନ

ଡାକ୍ତରଖାନାରେ ଉର୍ଫି

ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ସେ ହସ୍ପିଟାଲ ବେଡରେ ବସିଥିବା ଦେଖାଯାଇଛି। ଏହା ସହ ତାଙ୍କ ମୁହଁରେ ଅକ୍ସଜେନ ମାସ୍କ ଲାଗିଥିବା ଦେଖିବାକୁ ମିଳିଛି। ତେବେ କେଉଁ କାରଣ ପାଇଁ ‌ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ତାହା ଜଣାପଡ଼ିନାହିଁ। ଉର୍ଫି ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ବେଳେ ପରେ ଏହାକୁ ହଟାଇ ଦେଇଥିଲେ।

Related posts

ଏକ ମାସ ପରେ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଚାଲିଛି “ଧୁରନ୍ଧର”

mahabharatanews

ମନ୍ଦିରରେ ବାସନ ଧୋଇ ଚର୍ଚ୍ଚାରେ ପରିଣୀତି ଓ ସ୍ବାମୀ ରାଘବ

mahabharatanews

ଶିଳ୍ପା ଏବଂ ରାଜଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

mahabharatanews