ମନୋରଞ୍ଜନ

ସିନେମା ଦୁନିଆରୁ ବିରତି ନେବେ ବଲିଉଡ କଳାକାର ରଣବୀର କପୁର

(ମୁମ୍ବାଇ) : ଚର୍ଚାରେ  ବଲିଉଡ କଳାକାର ରଣବୀର କପୁରଙ୍କ ବିରତି ନେବା ପ୍ରସଙ୍ଗ । ନିକଟରେ ବାପା ହେବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି। ବାପା ହେବା ଦିନ ଠାରୁ ରଣବୀରଙ୍କ ଦାୟିତ୍ବ ଅଧିକ ବଢ଼ି ଯାଇଛି ବୋଲି ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଅଭିନେତା କହିଥିଲେ।

ନିକଟ‌ରେ ରଣବୀର କହିଛନ୍ତି କି, ‘ମୁଁ ସିନେମା ଦୁନିଆରୁ ୬ମାସ ପାଇଁ ବିରତି ନେବି। ଆଉ ଏହି ସମୟକୁ ମୁଁ ମୋର ଝିଅ ରାହା ଓ ପରିବାର ସହିତ ବିତାଇବି। କାରଣ କାମ କାମ ପାଇଁ ମୁଁ ମୋ ପରିବାରକୁ ସମୟ ଦେଇ ପାରୁ ନାହିଁ। ଆଉ ମୋ ପରୀ ରାହା ବି ଦିନକୁ ଦିନ ବଡ଼ ହେଉଛି। ତାର ଏହି ସମୟରେ ମୁଁ ତା’ପାଖରେ ରହିବାକୁ ଚାହୁଁଛି। କାରଣ ସେ ପାଠପଢ଼ିଲେ ସ୍କୁଲ ଗଲେ ତା ସହିତ ଏହି ମଜାଳିଆ ମୁହୂର୍ତ୍ତ କାଟିବାକୁ ସମୟ ମିଳିବ ନାହିଁ।  ଅନ୍ୟପକ୍ଷରେ ଦେଖିବାକୁ ଗଲେ ସ୍ତ୍ରୀ ଆଲିଆ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜିଗ୍ରା’ ପାଇଁ ବ୍ୟସ୍ତ ଅଛନ୍ତି। ଆଗକୁ ବି ସୁଟିଂରେ ବ୍ୟସ୍ତ ହୋଇଯିବେ । ତେଣୁ ଆଲିଆଙ୍କ ଅନୁପସ୍ଥିତିରେ ମୁଁ ଝିଅ ପାଖରେ ରହିବାକୁ ଚାହେଁ। ତାର ସମସ୍ତ ଦାୟିତ୍ବ ମୁଁ ନେବାକୁ ଚାହେଁ। ଜଣେ ଭଲ ବାପା ହେବା ପାଇଁ ଚେଷ୍ଟା କରୁଛି।’

Related posts

ବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲ

mahabharatanews

୩୦୦୦ କୋଟି ଟଙ୍କା ଟପିଲା ଉଭୟ ‘ଧୁରନ୍ଧର’

mahabharatanews

ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍

mahabharatanews