ଭାରତ

ଓଜନିଆ ଯୋଗାଯୋଗ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବ ‘ଇସ୍ରୋ’

(ଦିଲ୍ଲୀ) :   ‘ଜିଏସ୍‌ଏଟି-୨୦’ ନାମକ ଓଜନିଆ ଯୋଗାଯୋଗ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବ ‘ଇସ୍ରୋ’ । ଟେଲିକମ୍‌ ବ୍ୟବହାରକାରୀଙ୍କୁ ଅତ୍ୟନ୍ତ ଦ୍ରୁତ ଇଣ୍ଟର୍‌ନେଟ୍‌ ସେବା ଯୋଗାଇବାକୁ ସମର୍ଥ ‘ଜିଏସ୍‌ଏଟି-୨୦’ର ଓଜନ ପ୍ରାୟ ୪,୭୦୦ ପାଉଣ୍ଡ୍‌। ଏହା ‘ଇସ୍ରୋ’ର ସବୁଠୁ ଶକ୍ତିଶାଳୀ ରକେଟ୍‌ ‘ଏଲ୍‌ଭିଏମ୍‌-୩’ର ଉତ୍‌କ୍ଷେପଣ କ୍ଷମତାଠାରୁ ଯଥେଷ୍ଟ ଭାରୀ। ୪୦୦୦ କିଲୋଗ୍ରାମ୍‌ରୁ ଅଧିକ ଓଜନିଆ ସାଟେଲାଇଟ୍‌ ବା କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ ନିମନ୍ତେ ଭାରତ ୟୁରୋପୀୟ ଉତ୍‌କ୍ଷେପଣକାରୀ ସେବା ‘ଏରିଅନ୍‌ସ୍ପେସ୍‌’ ଉପରେ ନିର୍ଭର କରି ଆସୁଛି। କିନ୍ତୁ, ‘ଏରିଅନ୍‌ସ୍ପେସ୍‌’ର ଭାରୀ ସାଟେଲାଇଟ୍‌ ଉତ୍‌କ୍ଷେପଣକାରୀ ରକେଟ୍‌ ‘ଏରିଅନ୍‌-୫’ ଗତବର୍ଷ ଜୁଲାଇ ମାସରେ ଅବସର ଗ୍ରହଣ କରିଛି ଏବଂ ତା’ ସ୍ଥାନରେ ‘ଏରିଅନ୍‌-୬’ ଏପର୍ଯ୍ୟନ୍ତ ପ୍ରସ୍ତୁତି କରାଯାଇ ନାହିଁ।

Related posts

ଗୋଆରେ ଚାଲିଥିବା FIDE ଚେସ୍ ବିଶ୍ୱକପ୍ ରୁ ବାଦ ପଡ଼ିଲେ ବିଶ୍ୱ ଚାମ୍ପିଅନ ଡି ଗୁକେଶ

mahabharatanews

ଓମାନ ସୁଲତାନଙ୍କ ସହ ବସିଲା ଦ୍ୱିପାକ୍ଷିକ ବୈଠକ

mahabharatanews

‘ତାଲ ଦରବାର’ରେ ଗିନିସ ରେକର୍ଡ

mahabharatanews