ଭାରତ

କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ 

(ଦିଲ୍ଲୀ) :  ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ । ଦର୍ଶକଙ୍କ ମନ ମୋହିବ ସମ୍ବଲପୁରୀ ନୃତ୍ୟ । ଏହା ସହ ଓଡ଼ିଶାର ପ୍ରଜ୍ଞାପନ ମେଢ ଦେବ ନାରୀ ସଶକ୍ତିକରଣର ବାର୍ତ୍ତା । ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର (ସାଧାରଣତନ୍ତ୍ର) ଦିବସ‌ ପରେଡ୍‌ରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ । ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଦିନ ଚିଠି ଜାରି ହୋଇଛି ।

ସୂଚନାନୁଯାୟୀ , ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା । ବିକଶିତ ଭାରତ ପ୍ରସଙ୍ଗକୁ ନେଇ ଓଡ଼ିଶା ପକ୍ଷରୁ ୪ଟି ଡିଜାଇନ ଦିଆଯାଇଥିଲା । ଏଥିରେ ରଘୁରାଜପୁର ଗାଁର ଡିଜାଇନକୁ କେନ୍ଦ୍ର ମୋହର ମାରିଥିବାବେଳେ ଏହି ଅବସରରେ ସମ୍ବଲପୁରୀ ନୃତ୍ୟ ପରିବେଷଣ ପାଇଁ ଅନୁମତି ମିଳିଛି ।

Related posts

ଆଜି ହେବ ଗର୍ଭଗୃହର ଶୁଦ୍ଧିକରଣ

mahabharatanews

ଯୋଗୀ ଆଦିତ୍ୟନାଥ ଦେଖିଲେ ‘ଦ କେରଳ ଷ୍ଟୋରି’

mahabharatanews

ବହୁ ପ୍ରତୀକ୍ଷିତ କ୍ରୀଡା ବାୟୋପିକ୍ ‘ମୈଦାନ’ର ଟ୍ରେଲର ରିଲିଜ

mahabharatanews