ଭାରତ

ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ

(ମହାରାଷ୍ଟ୍ର) : ମହାରାଷ୍ଟ୍ରର ଅମରାବତୀ ଲୋକ ସଭାର ସ୍ୱାଧୀନ ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ । ସୋସିଆଲ ମିଡିଆ ହ୍ୱାଟ୍ସଆପ ମେସେଜ୍ ଏବଂ ଅଡିଓ କ୍ଲିପ ମାଧ୍ୟମରେ ତାଙ୍କୁ ଏହି ଧମକ ଦିଆଯାଇଛି । ଅଡିଓ କ୍ଲିପ୍ ଜରିଆରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି ।

ସୂଚନାନୁଯାୟୀ , ତେବେ ଏହା ପ୍ରଥମ ଥର ନୁହେଁ, ଆଗରୁ ବହୁତ ହତ୍ୟା ଧମକ ମିଳିଛି । ଏହାପୂର୍ବରୁ ତାଙ୍କୁ ଅଗଷ୍ଟ ୨୦୨୩ରେ ଫୋନରେ ଧମକ ଦିଆଯାଇଛି । ଏହା ପରେ ମହାରାଷ୍ଟ୍ର ପୋଲିସ ଭିଠଲ ରା ନାମକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ହନୁମାନ ଚଲିସା ବିବାଦ ହେତୁ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣା କିଛି ସମୟ ପୂର୍ବରୁ (୨୦୨୨ ମସିହାରେ) ଖବରର ଶିର୍ଷକୁ ଆସିଥିଲେ ।

Related posts

ରେକର୍ଡ କରିବେ ନୀତିଶ କୁମାର

mahabharatanews

ଡିପ୍‌ଫେକ୍‌ ଭିଡିଓ ମାମଲା ; ଶିକାର ହେଲେ ରତନ ଟାଟା

mahabharatanews

 ପ୍ରାଣ ପ୍ରତିଷ୍ଠା ଦିନ ମଦ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ

mahabharatanews