ଭାରତସ୍ୱାସ୍ଥ୍ୟ

ଦେଶରେ କରୋନା ନେଲା ଆଉ ୧୨ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ୭୬୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ମାରାତ୍ମକ ଭୂତାଣୁ ୧୨ଜଣଙ୍କ ଜୀବନ ନେଇଛି । କେରଳ ଓ କର୍ଣ୍ଣାଟକରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନୂଆ କୋଭିଡ୍ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ମାମଲା ୪,୩୩୪ରେ ରହିଛି । ସୁସ୍ଥ ହୋଇଘରକୁ ଫେରୁଥିବା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସକ୍ରିୟ ମାମଲାରେ ସାମାନ୍ୟ ହ୍ରାସ ପାଇଛି । ଗତକାଲି ଏହି ମାମଲା ୪, ୪୨୩ ରହିଥିଲା । ଗୋଟିଏ ଦିନରେ ୮୩୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀଙ୍କ ସଂଖ୍ୟା ୪,୪୪,୭୮,୮୮୫ । ସେହିଭଳି ୧୨ ନୂଆ ମୃତ୍ୟୁ ମାମଲାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୫,୩୩,୩୮୫ରେ ପହଞ୍ଚିଛି । କେରଳରୁ ସର୍ବାଧିକ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ କର୍ଣ୍ଣାଟକରୁ, ମହାରାଷ୍ଟ୍ରରୁ ୨ଜଣ ଏବଂ ଉତ୍ତର ପ୍ରଦେଶରୁ ଜଣେ ଲେଖାଏଁ ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି । କରୋନାର ସବ୍-ଭାରିଆଣ୍ଟ ପାଇଁ ଦ୍ରୁତଗତିରେ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଦେଶରେ ଔଘ.୧ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୫୧୧ ରହିଛି । କର୍ଣ୍ଣାଟକରୁ ସର୍ବାଧିକ ଚିହ୍ନଟ ହୋଇଛନ୍ତି । ପ୍ରବଳ ଥଣ୍ଡା ଓ ନୂଆ ଭାରିଆଣ୍ଟ ପାଇଁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ।

Related posts

ଆଜି ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମ ଜୟନ୍ତୀ

mahabharatanews

ଓକିଲମାନଙ୍କୁ ୫ଥର ଭେଟିବା ଆବେଦନ ଖାରଜ 

mahabharatanews

ମୋ କିଡନୀ ଚୋରି କରିଥିବା ଡାକ୍ତରଙ୍କ କିଡନୀ ମୋତେ ଦିଅ

mahabharatanews