ଓଡିଶା

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

(ଭୁବନେଶ୍ୱର) : ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାଵ ଦେଖିବାକୁ ମିଳିଛି । କଟକ ନେତାଜୀ ବସ୍‌ ଟର୍ମିନାଲରେ ବସ୍‌ ଚଳାଚଳ ବନ୍ଦ ରହିଛି । କଟକରେ ଟର୍ମିନାଲକୁ ବସ ଆସିବା କମିଯାଇଥିବାରୁ ଯାତ୍ରୀ ସମସ୍ୟା ଭୋଗିବା ଆରମ୍ଭ କଲେଣି ।

ସୂଚନାନୁଯାୟୀ, ବସ, ଟ୍ରକ୍‍ ଓ ଅନ୍ୟ ପରିବହନ ସେବାରେ ନିୟୋଜିତ ରାଜ୍ୟର ୨ଲକ୍ଷରୁ ଅଧିକ ଡ୍ରାଇଭର ଷ୍ଟିଅରିଂ ଛାଡି ଆନ୍ଦୋଳନରେ ସାମିଲ ହେବେ । ତେବେ ଏହାର ପ୍ରଭାବ ସାରା ରାଜ୍ୟରେ ଜନଜୀବନ ଉପରେ ଦେଖା ଦେଲାଣି । ଆଜିଠୁ ଏହି ଷ୍ଟିଅରିଂ ଛାଡ ଆନ୍ଦୋଳନ ଆହୁରି ତୀବ୍ର ହୋଇପାରେ । ଆଜି ରାତିରୁ ବସ୍ ଚଳାଚଳ କମିଯିବ ବୋଲି କୁହାଯାଇଛି । ସେହିଭଳି ଟ୍ରକ୍ ଚଳାଚଳ ବନ୍ଦ ହେବାର ଆଶଙ୍କା ରହିଛି । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପ୍ରଭାବିତ ହୋଇପାରେ ବୋଲି ରାଜ୍ୟ ବ୍ୟବସାୟୀ ସଂଘ କହିଛି ।

 

Related posts

କ୍ୱାରେଣ୍ଟାଇନ ପରେ ପ୍ରୋତ୍ସାହନ ରାଶି ମିଳିବାରେ ବିଳମ୍ବ ନେଇ ପ୍ରବାସୀ ଶ୍ରମିକଙ୍କ ଧାରଣା

mahabharatanews

  ଦେବଗଡ ବିଧାୟକ ଧମକ ଆତ୍ମହତ୍ୟା

mahabharatanews

ଇରାନରେ ମୃ.. ସଂଖ୍ୟା ୨୦୦୦ ଟପିଲା

mahabharatanews