(ମୁମ୍ବାଇ) : ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ ‘ଇଣ୍ତିଆନ୍ସ ପୋଲିସ୍ ଫୋର୍ସ’ ର ଟ୍ରେଲର ରିଲିଜ୍ ହୋଇଯାଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଏହି ସିରିଜରେ ବଲିଉଡର ଫିଟନେସ୍ କୁଇନ୍ ଶିଳ୍ପା ଶେଟ୍ଟୀଙ୍କୁ ପୋଲିସ ଭୂମିକାରେ ଦେଖିବା ପାଇଁ ମିଳୁଛି ।
ସୂଚନାନୁଯାୟୀ , ସିଦ୍ଧାର୍ଥ ମଲହୋତ୍ରା ଏବଂ ବିବେକ ଓବରାଇଙ୍କୁ ମଧ୍ୟ ଏହି ସିରିଜରେ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳୁଛି । ଯେଉଁଥିରେ ଶିଳ୍ପା ଜଣେ ବରିଷ୍ଠ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି । ଆତଙ୍କବାଦୀଙ୍କ ସାମ୍ନା କରିବା ପାଇଁ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସାହାଯ୍ୟ ଲୋଡିଛନ୍ତି । ଅଭିନେତା ସିଦ୍ଧାର୍ଥଙ୍କୁ ମଧ୍ୟ ପୋଲିସ ଭୂମିକାରେ ଦେଖିବା ପାଇଁ ମିଳିବ । ଏହି ସିରିଜରେ ବିବେକ ଓବରୋଇ ଦମଦାର ଭୂମିକାରେ ନଜର ଆସୁଛନ୍ତି ।