ଓଡିଶା

୩ ରୁ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ 

(ଭୁବନେଶ୍ୱର) : ଆସନ୍ତା ଫେବୃୟାରୀ ୩ ରୁ ୫ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ୱର ର କଳାମଣ୍ଡଳ ପରିସରରେ ନିର୍ମିତରେ ହେଉଛି ଅକ୍ଷରଭୂମି । ଦୁଇ ହଜାର ସ୍ଥାନ ବିଶିଷ୍ଟ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ହେବ ରାଜ୍ୟର ସବୁଠାରୁ ବଡ ସମ୍ମିଳନୀ କେନ୍ଦ୍ର । ଆଗାମୀ ଚାରି ମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକୁ ୫-ଟି ତଥା ଆମ ଓଡିଶା ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳେ କଳାମଣ୍ଡଲ ଯାଇ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଏହି ସମ୍ମିଳନୀ କେନ୍ଦ୍ର ର ନିର୍ମାଣ ଦାୟିତ୍ୱ ଡ଼ିସିଓ ନେଇଛି ।

 

Related posts

ଗିଫ୍ଟ କଲେଜର ବାର୍ଷିକ ଉତ୍ସବ ଲେଲିହାନ ୨୦୨୬

mahabharatanews

ଆଠଗଡ଼ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଯୋଗଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

mahabharatanews

ମିଲେଟ ମ୍ୟାଜିକ ଫାଉଣ୍ଡେସନର ୱାଓ ମମ୍ ଉତ୍ପାଦ ଆସୁଛି ବଜାରକୁ

mahabharatanews