ଓଡିଶା

ଗୋପାଳପୁରରେ ଶହଶହ ଜେଲିଫିସ୍‌

(ଗୋପାଳପୁର) : ଗୋପାଳପୁର ମୁଖ୍ୟ ବେଳାଭୂମି ଠାରୁ ହରିପୁର ମୁହାଣ ଆଡ଼କୁ ପ୍ରାୟ ୫ଶହ ମିଟର ଅଞ୍ଚଳରେ ଶହଶହ ସଂଖ୍ୟାରେ ମଲା ଜେଲିଫିସ୍‌ । ବେଳାଭୂମିରେ ଜେଲିଫିସ୍‌ ମରିବା ପଛର କାରଣ ସ୍ପଷ୍ଟ ହୋଇନାହିଁ  ।

ସୂଚନାନୁଯାୟୀ , ସମୁଦ୍ର ପାଣିରେ ଶହ ଶହ ସଂଖ୍ୟାରେ ଭାସି ଆସି ବେଳାଭୂମିରେ ରହିଯାଇଥିଲେ। ସମୁଦ୍ର ଲହଡ଼ିରେ କିଛି ଜେଲିଫିସ୍‌ ପୁଣି ସମୁଦ୍ରକୁ ଚାଲିଯାଇଥିବା ବେଳେ ଅନ୍ୟମାନେ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେମାନଙ୍କ ବଂଶବୃଦ୍ଧି ହୋଇ ସଂଖ୍ୟା ବଢ଼ିଥାଏ। ଏଣୁ ସମୁଦ୍ର ଜୁଆରରେ ଦକ୍ଷିଣା ପବନ ଯୋଗୁଁ ଜେଲିଫିସ୍‌ ବେଳାଭୂମିକୁ ଚାଲିଆସିଥାନ୍ତି। ସେମାନଙ୍କ ଗତି ଧୀର ରହିଥିବା ଯୋଗୁ ସମୁଦ୍ରକୁ ଫେରି ପାରନ୍ତି ନାହିଁ, ତେଣୁ କୂଳରେ ମରିଯାଆନ୍ତି। ପ୍ରତିବର୍ଷ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ।

Related posts

ପ୍ରବାସୀ ଫେରନ୍ତା ୨୬ଜଣ ସଂଘରୋଧ ଗୃହରେ ରହିଲେ 

mahabharatanews

୪ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର

mahabharatanews

ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘ ପାଳିଲା ୪୦ ବର୍ଷ ପୂର୍ତି ଉତ୍ସବ

mahabharatanews