ଓଡିଶା

ବାୟୂ ପ୍ରଦୂଷଣ: ଦିଲ୍ଲୀକୁ ମାତ ଦେଲା ଓଡ଼ିଶା 

(ଭୁବନେଶ୍ୱର) : ବାୟୂ ପ୍ରଦୂଷଣରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା । ଭୁବନେଶ୍ୱର, କଟକ,ବାରିପଦା, ବାଲେଶ୍ୱର ଓ କେନ୍ଦୁଝର ଆଦି ସ୍ଥାନରେ ୩ ଶହ ପାର କରିଛି ଇଣ୍ଡେକ୍ସ । ବାଲେଶ୍ୱରରର AQI ସର୍ବାଧିକ ୩୩୪ ରହିଛି। ସେହିପରି କଟକରେ ୩୨୦, ବାରିପଦାରେ ୩୧୬, ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି । ଗତକାଲି ଅପରାହ୍ଣରେ ଦିଲ୍ଲୀର AQI ୩୩୩ ରହିଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନେଇ ସୂଚନା ରହିଛି ।

ସୂଚନାନୁଯାୟୀ ,  ୬ ଟି ସହରରେ AIR QUALITY INDEX ବା AQI ୩ ଶହ ପାର କରିଛି । ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କାରଣ ହେତୁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ପହଞ୍ଚିଛି। ଦ୍ରୁତ ଶିଳ୍ପାୟନ, ଗଛ କଟା ଓ ଗ୍ରୀନ ହାଉସ୍ ପ୍ରଭାବ ଯୋଗୁ ପରିବେଶ ପ୍ରଦୂଷଣ ବଢୁଥିବା ପରିବେଶବିତ୍ କହିଛନ୍ତି ।

Related posts

ଉଦଘାଟିତ ହେଲା ନିଆଳୀ ମହୋତ୍ସବ ୨୦୨୬

mahabharatanews

ତରଭା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

mahabharatanews

ଆଜି ପବିତ୍ର ଗଣେଶ ଚତୁର୍ଥୀ, ଉତ୍ସବ ମୁଖର ଗାଁରୁ ସହର

mahabharatanews