ଓଡିଶା

ହାଇଟେକ ବିସ୍ଫୋରଣ ଘଟଣା: ହସ୍ପିଟାଲରେ କଣ’ ଘଟିଥିଲା ତାର ଟିକିନିଖି ତଥ୍ୟ ସଂଗ୍ରହ କରିଛି ସ୍ୱତନ୍ତ୍ର ଟିମ

ଭୁବନେଶ୍ୱର : ହାଇଟେକ ବିସ୍ଫୋରଣ ଘଟଣା । ନିଆଁ ଲାଗି ବିସ୍ଫୋରଣ ଓ ମୃତ୍ୟୁ ଘଟଣାର ତଦନ୍ତ କରିଛନ୍ତି ଲେବର କମିଶନ। ଲେବର କମିଶନରଙ୍କ ପକ୍ଷରୁ ହାଇଟେକ ହସ୍ପିଟାଲକୁ ଏକ ସ୍ୱତନ୍ତ୍ର ଟିମ ପହଁଚି ସରଜମିନ ତଦନ୍ତ କରିଛି । ଦୁର୍ଘଟଣା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ହସ୍ପିଟାଲରେ କଣ’ ଘଟିଥିଲା ତାର ଟିକିନିଖି ତଥ୍ୟ ସଂଗ୍ରହ କରିଛି ସ୍ୱତନ୍ତ୍ର ଟିମ । ଏଥିରେ ଏକାଧିକ ବ୍ୟକ୍ତିବିଶେଷ, ଡାକ୍ତର, କର୍ମଚାରୀ, ଆଟେଣ୍ଡାଣ୍ଟଙ୍କୁ ପଚରାଉଚରା ହୋଇଛି। ତଦନ୍ତ ପରେ ଦୁର୍ଘଟଣାର ସମସ୍ତ ତଥ୍ୟ ସହ ନିୟୋଜିତ ହୋଇଥିବା ଶ୍ରମିକଙ୍କ ବିବରଣୀ କମିଶନଙ୍କୁ ପ୍ରଦାନ କରାଯାଇଛି। ସେପଟେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ କରିବାକୁ ଲେବର କମିଶନରଙ୍କ ପକ୍ଷରୁ କୁହାଯାଇଛି । ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ନେଇ ସୂଚନା ଦେଲେ ଯୁଗ୍ମ କମିଶନର । ଯୁଗ୍ମ କମିଶନର ପ୍ରଣବ ପାତ୍ରଙ୍କ ପକ୍ଷରୁ ସୂଚନା । ଗତ ୨୯ ତାରିଖରେ ହାଇଟେକ ହସ୍ପିଟାଲରେ ହୋଇଥିଲା ବିସ୍ଫୋରଣ। ଏସି କାମ ଚାଲୁଥିବା ବେଳେ କମ୍ପ୍ରେସର ଫାଟି ୪ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

Related posts

ନଭେମ୍ବର ୨୭ରୁ ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା

mahabharatanews

୫ ଟିରେ ପୁରୀ ଜିଲ୍ଲାର ୫୩ଟି ବିଦ୍ୟାଳୟ ରୂପାନ୍ତରଣ

mahabharatanews

୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା

mahabharatanews