ଓଡିଶା

ଭକ୍ତିମୟ ପରିବେଶରେ ଅର୍ପଣ ରଥକୁ ସହରବାସୀଙ୍କ ଭବ୍ୟ ସ୍ୱାଗତ

ଯୋଡ଼ା /  ରମେଶ ଚନ୍ଦ୍ର ମହାପାତ୍ର : ଆସନ୍ତା ୧୭ ତାରିଖ ଦିନ ପୁରୀରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ କରିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଅର୍ପଣ ରଥ ପରିଭ୍ରମଣର  ଆଜି ଶେଷ ଦିନ ।  ପୂର୍ବାହ୍ନରେ ଚମ୍ପୁଆ ଏନ୍ ଏ ସି ର ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ,  କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ ଚୌଧୁରୀଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର ପୂଜାର୍ଚ୍ଚନା କରିବା ପରେ  ଅର୍ପଣ ରଥକୁ ଢୋଲ ,ସଂକୀର୍ତ୍ତନ, ଝାଞ୍ଜର ତାଳେ ତାଳେ ଜୟ ଜଗନ୍ନାଥ ଧ୍ୱନୀ ଦେଇ ଶୁଭାରମ୍ଭ କରିଥିଲେ ।  ଶତାଧିକ ଶ୍ରଦ୍ଧାଳୁ ରଥକୁ ସହର ପରିକ୍ରମା କରାଇବା ସହ ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଛନ୍ତି । ବିଭିନ୍ନ ସ୍ଥାନରେ ମହିଳା ମାନେ ଘର ଆଗରେ ଝୋଟ ଓ ଚିତା ପକାଇବା ସହିତ ଧୂପ ଦୀପରେ ବନ୍ଦାପନା କରି ରଥକୁ ସ୍ୱାଗତ କରିଥିଲେ । ଚମ୍ପୁଆ ଏନଏ ସି ରେ ଗତ ୮ତାରିଖ ଠାରୁ ଆରମ୍ଭ ହୋଇଥିବା ଅର୍ପଣ ରଥ ସମସ୍ତ ୧୩ ଟି ୱାର୍ଡ ପରିକ୍ରମା କରିବାପରେ ଆଜି ସମାପନ ହୋଇଛି । ସଂକୀର୍ତ୍ତନ, ଘଣ୍ଟ, ମର୍ଦ୍ଦଳ, କାହାଳି ସାଙ୍ଗକୁ ହରିବୋଲ ଓ ହୁଳହୁଳି ଧ୍ୱନୀରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଥିଲା। ପ୍ରତ୍ୟେକ ୱାର୍ଡରେ ଏହି ରଥକୁ ଧୂପ, ଦୀପ ସହ ପୁଷ୍ପମାଲ୍ୟା ଦେଇ ଲୋକେ ଭରପୁର ସ୍ୱାଗତ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Related posts

ମାର୍ଚ୍ଚ ୨୨ରୁ ୨୪ ପରୀକ୍ଷା ବନ୍ଦ

mahabharatanews

୨୩ରେ ମାହାଙ୍ଗା ଡବଲ ମର୍ଡର ଶୁଣାଣି

mahabharatanews

ବହୁ ଆଡମ୍ୱରରେ ପାଳନ ହେଲା ପଡ଼ା ଗ୍ରାମରେ ବାର୍ଷିକ ହରିମେଳା

mahabharatanews