ଭାରତ

ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

(ଦିଲ୍ଲୀ) :  ଭାରତ ବର୍ତ୍ତମାନ ନିଜର ସାର୍ବଭୌମତ୍ୱ ସୁରକ୍ଷା ପାଇଁ ନିରନ୍ତର ଦେଶୀ ଅସ୍ତ୍ର ପ୍ରସ୍ତୁତ କରୁଛି । ଏହି କ୍ରମରେ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ଶୁକ୍ରବାର ବ୍ୟବହାରିକ ପରୀକ୍ଷା ଓଡ଼ିଶାର ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର ପକ୍ଷରୁ କରାଯାଇଛି। ଆଜି ପୂର୍ବାହ୍ନ ୧୦.୩୦ରେ ଏହି ପରୀକ୍ଷଣ ହୋଇଛି।

ସୂଚନାନୁଯାୟୀ , ଆକାଶ ଏନର୍ଜି ଆକାଶ ସିରିଜର ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର। ଏହି ସଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶର ଲକ୍ଷ୍ୟଭେଦ ଦୂରତା ୪୦ କିଲୋମିଟର। ଏହାର ସୁବିଧା ହେଉଛି ସଙ୍କଟ ସମୟରେ ଆମକୁ ଅନ୍ୟ କୌଣସି ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ । DRDO ଭାରତର ପ୍ରତିରକ୍ଷା କ୍ଷେତ୍ରରେ ସବୁଠାରୁ ବଡ ଭୂମିକା ଗ୍ରହଣ କରୁଛି । ଏହି କ୍ଷେପଣାସ୍ତ୍ରର ବୈଶିଷ୍ଟ୍ୟ ଭାରତର ଶତ୍ରୁ ଦେଶଗୁଡ଼ିକୁ ଠିକ୍ ସମୟରେ ଜବାବ ଦେବ । ଆଜି ପୂର୍ବାହ୍ନ ୧୦:୩୦ ସମୟରେ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ଵର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ରୁ ଆକାଶ-ନ୍ୟୁ ଜେନେରେଶନ (AKASH-NG) କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରିଛି । ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପରୀକ୍ଷା ସଫଳ ହୋଇଛି। ଏହି ବ୍ୟବସ୍ଥା ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ବାୟୁସେନା, ବିଡିଏଲ ଏବଂ ବିଏଲ୍‌ ଭଳି ସରକାରୀ କମ୍ପାନୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଆମର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ବଢ଼ାଇବ।

Related posts

‘କାହା ପାଖରେ ରହିବି ଚିନ୍ତା କରିନାହିଁ’ ; ଅଞ୍ଜୁ 

mahabharatanews

ଟ୍ରେଡମିଲରେ କରେଣ୍ଟ ଲାଗି ଯୁବକ ମୃତ

mahabharatanews

ମଇଦାନକୁ ଓହ୍ଲାଇଲେ ଟିଡ଼ିପି ମୁଖ୍ୟ ମେହବୁବା ମୁଫତି

mahabharatanews