ଭାରତ

୩ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ସୁବିଧା

(ଆସାମ) :  ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଜନାରେ ଆସାମ ସରକାର କିଛି ନୂତନ ସର୍ତ୍ତ କାର୍ଯ୍ୟକାରୀ କରିଛନ୍ତି । ଏଥିରେ ଜଣେ ମହିଳାଙ୍କ ସନ୍ତାନ ସଂଖ୍ୟା ଉପରେ ଏକ ସୀମା ଯୋଡି ଦିଆଯାଇଛି । ଯଦି ଜେନେରାଲ ଏବଂ ଓବିସି ବର୍ଗର ମହିଳାମାନେ କୌଣସି ଆର୍ଥିକ ଯୋଜନାର ଲାଭ ପାଇବାକୁ ଚାହାଁନ୍ତି, ତେବେ ସେମାନଙ୍କର ତିନିରୁ ଅଧିକ ସନ୍ତାନ ନଥିବେ , ଯେତେବେଳେ କି ଅନୁସୂଚିତ ଜନଜାତି (ଏସଟି) ଏବଂ ଅନୁସୂଚିତ ଜାତି (ଏସସି) ମହିଳାଙ୍କ ପାଇଁ ଏହି ସୀମା ଚାରି ସନ୍ତାନଙ୍କ ପର୍ଯ୍ୟନ୍ତ ରହିଛି ।

ସୂଚନାନୁଯାୟୀ , ଜାନୁୟାରୀ ୧୧ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମହିଲା ଉଦ୍ୟୋଗୀ ଅଭିଯାନ (ଏମଏମୟୁଏ) ଘୋଷଣା କରି ଆସାମ ସିଏମ ହିମନ୍ତ ବିଶ୍ୱ ସର୍ମା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସମସ୍ତ ହିତାଧିକାରୀ ଯୋଜନାରେ ଧୀରେ ଧୀରେ ଏଭଳି ଜନସଂଖ୍ୟା ମାନଦଣ୍ଡ କାର୍ଯ୍ୟକାରୀ ହେବ । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ୨୦୨୧ ରେ ତାଙ୍କ ଘୋଷଣା ସହିତ ଖାପ ଖାଉଛି । ଏହି ଆଦିବାସୀମାନେ ଛାଡ ପାଇଲେ ତେବେ ଏମଏମୟୁଏ ଯୋଜନା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନୟମରେ କୋହଳ ଦିଆଯାଇଛି ଏବଂ ଏସଟିର ମାନ୍ୟତା ଦାବିରେ ମୋରାନ, ମୋଟୋକ ଏବଂ ଟି ଆଦିବାସୀ’ ଉପରେ ଚାରି ପିଲାଙ୍କ ସୀମା ମଧ୍ୟ ଲାଗୁ କରାଯାଇଛି ବୋଲି ସେ କହିଛନ୍ତି ।

Related posts

କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ପିଛା ଛାଡୁନି ବିବାଦ

mahabharatanews

ଋଷ- ୟୁକ୍ରେନ୍‌ ଯୁଦ୍ଧ : ୧,୧୧୫ ସାଧାରଣ ନାଗରିକ ଆହତ

mahabharatanews

ଦେଶରେ ଦିନକରେ ୨୫,୯୨୦ ଆକ୍ରାନ୍ତ ଚିହ୍ନଟ ଓ ୪୯୨ ଜଣ ମୃତ

mahabharatanews