ଭାରତ

ଅଚାନକ ହୁ ହୁ ହୋଇ ଜଳିଗଲା ବସ, ଜଣେ ମହିଳା ଯାତ୍ରୀ ଦଗ୍ଧ 

 (ତେଲେଙ୍ଗାନା) :  ଶୁକ୍ରବାର ରାତିରେ ଚିତ୍ତୂର ଅଭିମୁଖେ ଯାଉଥିବା ଗୋଟାଏ ଘରୋଇ ବସ୍‌ ତେଲେଙ୍ଗାନାର ଜୋଗୁଲମ୍ବା ଗଡ଼ୱାଲ୍‌ ଜିଲ୍ଲାରେ ଓଲଟିପଡ଼ି ପୋଡ଼ିଯିବାରୁ ଜଣେ ମହିଳା ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନ ମିଳିଛି ।

ସୂଚନାନୁଯାୟୀ , ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଗଡ଼ୱାଲ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଉ ଜଣଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ରାତି ପ୍ରାୟ ୨.୩୦ରେ ହାଇଦ୍ରାବାଦ-ବାଙ୍ଗାଲୋର୍‌ ଜାତୀୟ ରାଜପଥ ନିକଟ ଏରାବଳି ଛକରେ ବସ୍‌ଟି ଓଲଟି ପଡ଼ିଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳ ପହଞ୍ଚି ନିଆଁ ଲିଭାଇ ଥିଲା। ବସ୍‌ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ବସ୍‌ରେ ୪୦/୫୦ଜଣ ଯାତ୍ରୀ ଥିଲେ। ଝରକା କାଚ ଭାଙ୍ଗି  ଯାତ୍ରୀମାନେ ତୁରନ୍ତ ବସ୍‌ରୁ ଓହ୍ଲାଇ ପଡ଼ିଲେ। କିନ୍ତୁ, ହାତ ଲାଖି ରହିଯିବାରୁ ଜଣେ ମହିଳା ବସ୍‌ରୁ ବାହାରି ପାରି ନ ଥିଲେ। ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି।

Related posts

ବିହାରକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା : ସଂସଦରେ କେନ୍ଦ୍ର ସରକାରଙ୍କ ଜବାବ

mahabharatanews

ଆଶ୍ଚର୍ଯ୍ୟ ହେଲେ ବି ସତ,୧୦ ବର୍ଷ ବାଳକର ରହଛି ୫୦ଟି ଦାନ୍ତ

mahabharatanews

ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ: ସିଆଇଏଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ

mahabharatanews