ଭାରତ

ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ‘ଇଡି’ର ଚତୁର୍ଥ ସମନ୍‌

(ଦିଲ୍ଲୀ) :   ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଆଜି ଚତୁର୍ଥ ଥର ପାଇଁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସମନ୍‌ ଜାରି କରିଛି। ଜାନୁଆରି ୧୮ ତାରିଖ ଦିନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ ହାଜର ହେବା ଲାଗି ଏହି ନୋଟିସ୍‌ରେ ତାଙ୍କୁ କୁହାଯାଇଛି।

ସୂଚନାନୁଯାୟୀ, ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଅରବିନ୍ଦ କେଜ୍ରିୱାଲ୍‌ କହିଥିଲେ, ଆଇନସଙ୍ଗତ ସମନ୍‌ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ଅଛି। କିନ୍ତୁ, ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜାରି କରିଥିବା ସମନ୍‌ ସବୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସେଗୁଡ଼ିକୁ ପ୍ରତ୍ୟାହାର କରି ନିଆଯିବା କଥା। ମୁଁ ସାଧୁତାର ସହିତ ଉନ୍ମୁକ୍ତ ଜୀବନଯାପନ କରେ। କିଛି ଲୁଚାଛପା କରେ ନାହିଁ।

Related posts

ଛାତ୍ରଛାତ୍ରୀ ଭିଟାମାଟିକୁ ଫେରି ବଖାଣିଲେ ଲୋମଟାଙ୍କୁରା କାହାଣୀ

mahabharatanews

ଲୋକସଭା ନିର୍ବାଚନର ପରିଣାମ ସହିତ ଦେଶରେ ନୂଆ ଅଧ୍ୟାୟ ଆରମ୍ଭ

mahabharatanews

ଆଉ ୩ଦିନ ପରେ ସୂର୍ଯ୍ୟଙ୍କ ନିକଟରେ ପହଂଚିବ ଭାରତ 

mahabharatanews