ଭାରତ

ନାଗାଲାଣ୍ଡରେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

(ଦିଲ୍ଲୀ) : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଆଜିକୁ ତୃତୀୟ ଦିନରେ ପହଂଚିଛି । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରରେ ଶେଷ ହେବ । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ନାଗାଲାଣ୍ଡରେ ପହଞ୍ଚିଛି ।

ସୂଚନାନୁଯାୟୀ , ନାଗାଲାଣ୍ଡର ରାଜଧାନୀ କୋହିମାରେ ଭରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ ଲୋକ ସ୍ୱାଗତ କରିଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀ କୋହିମାରେ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ। ଭିଡିଓରେ ଦେଖାଯାଉଛି ଯେ ନାଗାଲାଣ୍ଡର ଲୋକମାନେ ରାହୁଲ ଗାନ୍ଧୀଙ୍କୁ ବହୁତ ଉତ୍ସାହର ସହିତ ସ୍ୱାଗତ କରୁଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ଲୋକଙ୍କ ସହ ହାତ ମିଳାଇଥିବାର ନଜର ଆସିଥିଲେ। ଅନେକ ଲୋକ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେଉଥିବା ବେଳେ ଅନେକ ଲୋକ ରାସ୍ତାରେ ଠିଆ ହୋଇ ରାହୁଲ ଗାନ୍ଧୀଙ୍କ ନାମରେ ସ୍ଲୋଗାନ ଦେଉଥିବାର ଶୁଣିବାକୁ ମିଳିଥିଲା।

Related posts

କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୭୨୨କୁ ବୃଦ୍ଧି

mahabharatanews

ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ  

mahabharatanews

ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ‘ଇଡି’ର ଚତୁର୍ଥ ସମନ୍‌

mahabharatanews