ଓଡିଶା

ରାଜ୍ୟରେ ଲାଗି ରହିଛି ଘନ କୁହୁଡି 

(ଭୁବନେଶ୍ଵର) :  ରାଜ୍ୟରେ ପୁଣି ଫେରିଛି ଶୀତ । ଗତ କିଛି ଦିନ ହେବ ରାତିର ତାପମାତ୍ରା ହ୍ରାସ ହେବା ସହ ଶୀତ ଅନୁଭୂତ ହେଉଛି । ଏହା ସହ କୁହୁଡ଼ି ଆବରଣ ରାଜ୍ୟର ଅନେକ ଅଞ୍ଚଳକୁ ଢାଙ୍କି ରଖିଛି । ଫଳରେ ଭିଜିବିଲିଟି କମିବା ସହ ଯାତାୟତରେ ଅସୁବିଧା ହେଉଛି । ଦୃଶ୍ୟମାନ କମିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି ।

ସୂଚନାନୁଯାୟୀ , ଆସନ୍ତାକାଲି ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୯ ତାରିଖ ଯାଏ ହାଲୁକା ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁରର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଭୂମିକମ୍ପ ଝଟକାରେ ଥରିଲା ଜୟପୁର ବୁଧବାର ପୁରୀରେ ସାମାନ୍ୟ ବର୍ଷା ହୋଇଛି । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା ।

Related posts

ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ଗୁଳି କରି ହତ୍ୟା

mahabharatanews

ଆଜି ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଯାତ୍ରା

mahabharatanews

ବ୍ରହ୍ମପୁରରେ ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ପିନ୍ଧିଲେ ବିଜୟ ମୁକୁଟ

mahabharatanews