ଓଡିଶା

ରାଜ୍ୟରେ ଲାଗି ରହିଛି ଘନ କୁହୁଡି 

(ଭୁବନେଶ୍ଵର) :  ରାଜ୍ୟରେ ପୁଣି ଫେରିଛି ଶୀତ । ଗତ କିଛି ଦିନ ହେବ ରାତିର ତାପମାତ୍ରା ହ୍ରାସ ହେବା ସହ ଶୀତ ଅନୁଭୂତ ହେଉଛି । ଏହା ସହ କୁହୁଡ଼ି ଆବରଣ ରାଜ୍ୟର ଅନେକ ଅଞ୍ଚଳକୁ ଢାଙ୍କି ରଖିଛି । ଫଳରେ ଭିଜିବିଲିଟି କମିବା ସହ ଯାତାୟତରେ ଅସୁବିଧା ହେଉଛି । ଦୃଶ୍ୟମାନ କମିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି ।

ସୂଚନାନୁଯାୟୀ , ଆସନ୍ତାକାଲି ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୯ ତାରିଖ ଯାଏ ହାଲୁକା ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁରର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଭୂମିକମ୍ପ ଝଟକାରେ ଥରିଲା ଜୟପୁର ବୁଧବାର ପୁରୀରେ ସାମାନ୍ୟ ବର୍ଷା ହୋଇଛି । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା ।

Related posts

ସୃଷ୍ଟି ହେଉଛି ଏକ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ଗାତରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

mahabharatanews

ଆସନ୍ତାକାଲିଠୁ ବଢିବ ବର୍ଷା 

mahabharatanews