ଭାରତ

ଦିଲ୍ଲୀ‌ରେ ହାଡ଼ଭଙ୍ଗା ଶୀତ

(ଦିଲ୍ଲୀ) : ଆଜି ସକାଳେ ମଧ୍ୟ ଦିଲ୍ଲୀ‌ରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଛି। ଯେଉଁଠାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି। ଜାତୀୟ ରାଜଧାନୀର ମୁଖ୍ୟ ପାଣିପାଗ କେନ୍ଦ୍ର ସଫଦରଜଙ୍ଗ ଏବଂ ପାଲମରେ ଦୃଶ୍ୟତା ସକାଳ ୫.୩୦ରେ ୨୦୦ମିଟର ରେକର୍ଡ କରାଯାଇଥିଲା। କୁହୁଡ଼ି ହେତୁ ଦିଲ୍ଲୀକୁ ଆସୁଥିବା ପ୍ରାୟ ୧୮ଟି ଟ୍ରେନ୍ ସର୍ବାଧିକ ଛଅ ଘଣ୍ଟା ବିଳମ୍ବରେ ଚାଲୁଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ ଅନେକ ବିମାନ ବିଳମ୍ବ ହେଉଛି।

ସୂଚନାନୁଯାୟୀ , ଦିଲ୍ଲୀ ବ୍ୟତୀତ ଉତ୍ତର ଭାରତର ଅନେକ ରାଜ୍ୟରେ ଶୀତର ପ୍ରଭାବ ଦେଖିବାକୁ ମିଳିଥିଲା। ବିହାରର ପାଟନାରେ ଶୀତଳ ତରଙ୍ଗ ଜାରି ରହିଛି। ପଞ୍ଜାବ, ହରିଆଣା ଏବଂ ରାଜସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହୋଇଛି। ଯେ ଶୀତର ପ୍ରଭାବ ଆହୁରି ଅନେକ ଦିନ ପର୍ଯ୍ୟନ୍ତ ଜାରି ରହିବ। ପଞ୍ଜାବ ଏବଂ ହରିଆଣା ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଦିଲ୍ଲୀ ଏବଂ ୟୁପିରେ ଥଣ୍ଡା ତରଙ୍ଗ ଏବଂ କୁହୁଡି ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Related posts

ପଞ୍ଜାବ: ପାଞ୍ଚ କିଲୋ ଆରଡିଏକ୍ସ ଉଦ୍ଧାର

mahabharatanews

ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍

mahabharatanews

 ଆଶାରାମ ବାପୁଙ୍କୁ ନାହିଁ ଆଶ୍ୱସ୍ତି 

mahabharatanews