ଭାରତ

କେଜ୍ରିୱାଲଙ୍କୁ ଇଡି ଚତୁର୍ଥ ସମନ ଜାରି

(ଦିଲ୍ଲୀ) : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଚତୁର୍ଥ ସମନ ଜାରି କରି ଆଜି ପହଞ୍ଚିବାକୁ କହିଥିଲା। ଅରବିନ୍ଦ ଅନୁପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ଦୁର୍ନୀତି ଅଭିଯୋଗରେ ଇଡି ତାଙ୍କୁ ସମନ ଜାରି କରିଥିଲା।

ସୂଚନାନୁଯାୟୀ , ଅରବିନ୍ଦ କେଜ୍ରିୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଆଇନ ଅନୁଯାୟୀ ଯାହା କରିବା ଆବଶ୍ୟକ ତାହା ସେ କରିବେ। ତାଙ୍କୁ ଗିରଫ କରିବା ଉଦ୍ଦେଶ୍ୟ ରଖି ଅନୁସନ୍ଧାନକାରୀ ଏଜେନ୍ସି ସମନ ବେଆଇନ ଭାବେ ଜାରି କରିଛି, ଯେଉଁଥିରେ କି ରାଜନୈତିକ ଉଦ୍ଦେଶ୍ୟ ଲୁଚି ରହିଛି ବୋଲି ଦର୍ଶାଇଛନ୍ତି କେଜ୍ରିୱାଲ୍‌।

ସେ ଆହୁରି ବି କହିଛନ୍ତି, ‘‘ ମୁଁ ପ୍ରତ୍ୟେକ ଆଇନଗତ ସମନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ଅବଶ୍ୟ, ଏହି ଇଡି ଡାକରା ମଧ୍ୟ ପୂର୍ବ ପରି ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହି ସମନ ପ୍ରତ୍ୟାହାର କରାଯିବା ଉଚିତ୍। ମୁଁ ସଚ୍ଚୋଟତା ଏବଂ ସ୍ୱଚ୍ଛତା ସହିତ ମୋର ଜୀବନ ଅତିବାହିତ କରିଛି। ମୋର ଲୁଚାଇବାକୁ କିଛି ନାହିଁ।’‘

Related posts

୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ

mahabharatanews

ଆଜିଠୁ ଆରମ୍ଭ ରାମ ଲାଲାଙ୍କ ସାଧାରଣ ଦର୍ଶନ

mahabharatanews

ଦେଶରେ ଦିନକରେ ୨,୫୦୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews