ଓଡିଶା

୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ

(ଦିଲ୍ଲୀ) :  ଜାନୁଆରୀରେ ୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ସଭାପତି ହେବା ପର ଏହା ଖଡଗେଙ୍କର ପ୍ରଥମ ଓଡ଼ିଶା ଗସ୍ତ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି  ସଂଙ୍ଗଠନକୁ ମଜବୁତ କରିବା ପାଇଁ ଦଳୀୟ କର୍ମୀଙ୍କୁ ଏକଜୁଟ କରିବେ । ତେବେ ଖଡଗେଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ସୂଚନାନୁଯାୟୀ , ୨୯ ଜାନୁଆରୀରେ ଓଡ଼ିଶା ପହଞ୍ଚିବା ପରେ ଏକ ଜନସଭାକୁ ସମ୍ବୋଧିକ କରିବେ ଖଡଗେ । ଏହି କାର୍ଯ୍ୟକ୍ରମରେ ବୁଥ୍ କମିଟି, ଜିଲ୍ଲା ସଭାପତି, ପ୍ରତ୍ୟେକ ବ୍ଲକ ସଭାପତି, ବ୍ଲକ୍ ସଭାପତିଙ୍କ ସମେତ ୫୦ ହଜାର ଲୋକ ଉପସ୍ଥିତ ରହିବେ । ଉଭୟ ବିଜେଡି ଓ ବିଜେପିର ଦୁର୍ନିତୀ, ନିର୍ବାଚନ ସମୟରେ ଅର୍ଥ ଓ ବାହୁବଳର ପ୍ରତିହତ ପାଇଁ ନେତା ଓ କର୍ମୀଙ୍କୁ ଉପଦେଶ ଦେବେ ।

Related posts

ଘନେଇବାରେ ଲାଗିଛି ଡେଙ୍ଗୁ;  ସଂକ୍ରମଣ ସଂଖ୍ୟା ୩ ହଜାର ପାର୍ 

mahabharatanews

ଖୋଲିଲା ବଳଦେବଜୀଉଙ୍କ ମନ୍ଦିର

mahabharatanews

ବନ୍ଦେ ମାତରମ ୧୫୦ବର୍ଷ ଉତ୍ସବ ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

mahabharatanews