ଓଡିଶା

ଆଜିଠୁ ଆରମ୍ଭ ଡଲଫିନ୍ ଗଣନା 

(ଚିଲିକା) : ଆଜି ଠାରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଚିଲିକା, କେନ୍ଦ୍ରପଡା ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ଏହି ଗଣନା ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା ।

ସୂଚନାନୁଯାୟୀ , ମୋଟ୍ ୧୮ଟି ଟିମ୍ ଚିଲିକାରେ ଗଣନା କରୁଛନ୍ତି । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର, ଭିତରକନିକା କ୍ରିକ୍ ଓ ନଗୀରେ ମଧ୍ୟ ଡଲଫିନ୍ ଗଣନା ଜାରି ରହିଛି । ଯେଉଁଠି ବନବିଭାଗର ୯ଟି ଟିମ୍ ଏହି ଗଣନାରେ ନିୟୋଜିତ ହୋଇଛନ୍ତି । ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୋଟର ବୋଟ୍ ସଂଘ, ଡଲଫିନ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି । ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ । ଚିଲିକା ଅଂଚଳରେ କେବଳ ଏରାୱାଡି ପ୍ରଜାତିର ଡଲ୍‌ଫିନ୍ ଦେଖାଯାଆନ୍ତି । ମାତ୍ର ଭିତରକନିକାରେ ୫ ପ୍ରକାର ଡଲ୍‌ଫିନ୍ ଦେଖା ଯାଇଥାନ୍ତି ।

Related posts

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

mahabharatanews

ଦେଶୀ ମଦ ଜବତ, ୪ ଗିରଫ

mahabharatanews

ଜୁଲାଇ ୧ରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବାକୁ ହେବ

mahabharatanews