ଭାରତ

ରାସ୍ତା ଉପରେ ରାହୁଲ ଗାନ୍ଧୀ

(ଦିଲ୍ଲୀ) : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ କଂଗ୍ରେସ ଆଗକୁ ନେଉଛି । ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏବେ ରାହୁଲ ଗାନ୍ଧୀ ଆସାମରେ ଅଛନ୍ତି। ମନ୍ଦିର ଭିତରକୁ ତାଙ୍କୁ ଛଡ଼ା ନ ଯିବାରେ ସେ ରାସ୍ତାରେ ଉପରେ ଧାରଣାରେ ବସିଛନ୍ତି । ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ସେ ଅଭିଯୋଗ କରିଛନ୍ତି ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି।

ସୂଚନାନୁଯାୟୀ , ରାହୁଲ ଗାନ୍ଧୀ କହିଛନ୍ତି ପୂର୍ବରୁ ତାଙ୍କୁ ମନ୍ଦିର ଯିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ ଆଜି ତାଙ୍କୁ ମନା କରାଯାଇଛି । ଭାରତ ଯୋଡୋ ନ୍ୟାୟ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆସାମର ନାଗାଓଁ ଜିଲାରେ ପହଞ୍ଚିଛି। ଏଠାରେ ବତାଦ୍ରଭା ଅଞ୍ଚଳରେ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ରହିଛି। କିନ୍ତୁ ବର୍ତ୍ତମାନ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି। ପ୍ରବେଶ ଅନୁମତି ନ ମିଳିବାରୁ ରାହୁଲ୍ ଗାନ୍ଧି ଏବଂ ଅନ୍ୟାନ୍ୟ କଂଗ୍ରେସକର୍ମୀମାନେ ନାଗାଓଁରେ ଧାରଣା ଦେଇଛନ୍ତି। ରାସ୍ତା ଉପରେ ବସି ରାହୁଲ ଗାନ୍ଧି, ଜୟରାମ ରମେଶ ଓ ଅନ୍ୟ କଂଗ୍ରେସ ନେତାମାନେ ‘ରଘୁପତି ରାଘବ ରାଜାରାମ’ ଗୀତ ଗାଇଛନ୍ତି।

Related posts

ରାଜ୍ୟସଭା ସାଂସଦଙ୍କ ଶପଥ ପାଠ

mahabharatanews

ଅଷ୍ଟମ ଥର ପାଇଁ ଶପଥ ନେବେ ନୀତିଶ

mahabharatanews

ଶ୍ରୀଲଙ୍କାରେ ଭାରତର ଅପରେସନ “ସାଗର ବନ୍ଧୁ”

mahabharatanews