ଭାରତ

ରାମଲାଲାଙ୍କର ଆକର୍ଷଣୀୟ ପ୍ରଥମ ଚିତ୍ର

(ଅଯୋଧ୍ୟା) : ଏକ ଐତିହାସିକ ଦିନ । ନୂତନ ଭାବେ ନିର୍ମିତ ଅଯୋଧ୍ୟା ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ହୋଇଛି। ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି | ଏହି ଚିତ୍ର ରାମ ଭକ୍ତମାନଙ୍କୁ ବିସ୍ମିତ କରିଛି । ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପୂଜାପାଠ କରାଯାଉଥିବା ବେଳେ କେବଳ ୟୁପି ସିଏମ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବନ ପଟେଲ, ଆରଏସଏସ ମୁଖ୍ୟ ମୋହନ ଭଗବତ ଏବଂ ପୂଜା ପରିଚାଳନା କରୁଥିବା ଏବଂ ମନ୍ତ୍ର ପାଠ କରିଥିବା କିଛି ପୁରୋହିତ ଉପସ୍ଥିତ ଥିଲେ ।

ସୂଚନାନୁଯାୟୀ ,ପ୍ରାଣ ପ୍ରତିଷ୍ଠା ଉତ୍ସବ ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ମିନିଟ ମଧ୍ୟରେ ସଂପନ୍ନ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ମନ୍ଦିରରେ ରାମଲାଲାଙ୍କ ଦର୍ଶନ ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ହୋଇପାରିବ। ‌ଅପରାହ୍ଣ ୨ଟାରୁ ୭ଟା ପର୍ଯ୍ୟନ୍ତ ପୁନର୍ବାର ଦର୍ଶନ ପାଇଁ ଖୋଲା ରହିବ। ଉଭୟ ପୂର୍ବାହ୍ନ ଏବଂ ଅପରାହ୍ଣରେ ଭକ୍ତମାନେ ଯେଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ଏହି ସମୟସୀମା ଧାର୍ଯ୍ୟ କରାଯାଇଛି। ଆରତି ପାଇଁ ମଧ୍ୟ ସମୟ ଧାର୍ଯ୍ୟ ହୋଇଛି। ସକାଳ ୬ଟା ୩୦ରେ ଶ୍ରୀଙ୍ଗାର/ଜାଗରଣ ଆରତି, ମଧ୍ୟାହ୍ନରେ ଭୋଗ ଆରତି ଏବଂ ସନ୍ଧ୍ୟା ୭ଟା ୩୦ରେ ସନ୍ଧ୍ୟା ଆରତି ହେବ।

Related posts

ବଜେଟରେ ମହିଳାଙ୍କୁ ବଡ଼ ଉପହାର, କର୍ମଜୀବୀଙ୍କ ପାଇଁ ହଷ୍ଟେଲ ସୁବିଧା

mahabharatanews

ବଢ଼େଇ କାମ କରି ଚର୍ଚାରେ ରାହୁଲ୍‌ ଗାନ୍ଧୀ

mahabharatanews

ପରଲୋକରେ କୋଟିପତି ମହମ୍ମଦ୍‌ ଅଲ୍‌-ଫୟଦ୍ 

mahabharatanews