ବନ୍ଦ ହେଲା ରାମ ମନ୍ଦିର । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ବେଶ ଧୂମଧାମରେ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିବା ବେଳେ ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ରାମଲାଲାଙ୍କ ଦର୍ଶନ ପାଇଁ ଭୋର୍ ୩ଟାରୁ ମନ୍ଦିର ବାହାରେ ଲାଗିଛି ଭିଡ଼ । ପ୍ରାଣପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ରାମ ମନ୍ଦିରରେ ଦିନକୁ ଦୁଇଟି ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରବେଶ ଦ୍ୱାର ଖୋଲା ରହିବ । କିନ୍ତୁ ଆଜି ରାମ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାରୁ ମନ୍ଦିରରେ ପ୍ରବେଶ ବନ୍ଦ ହୋଇଯାଇଛି । ରାମ ମନ୍ଦିରର ପ୍ରବେଶ ଦ୍ୱାରରେ ଭକ୍ତମାନଙ୍କୁ ଅଟକାଇ ଦିଆଯାଇଥିଲା । ଗର୍ଭଗୃହ ଭିତରେ ଭକ୍ତଙ୍କ ଭିଡ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନାନୁଯାୟୀ, ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ଏବଂ ତା’ପରେ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ମଧ୍ୟରେ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ ମନ୍ଦିର । ଅର୍ଥାତ ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ ପାଇଁ ଭିତରକୁ ପ୍ରବେଶ କରିପାରିବେ । ଯେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ମନ୍ଦିର ଉଦଘାଟନ କରାଯାଇଥିଲା । ମଙ୍ଗଳବାର ସକାଳୁ ଲୋକମାନେ ଲାଇନରେ ଛିଡା ହୋଇଛନ୍ତି । ମଙ୍ଗଳବାର ସକାଳ ପ୍ରାୟ ୧୦-୧୧ ମଧ୍ୟରେ ଭିଡ଼ ବୃଦ୍ଧି ହେତୁ ରାମ ମନ୍ଦିର ପ୍ରବେଶ ଦ୍ୱାରରେ ଭକ୍ତଙ୍କ ପ୍ରବେଶ ବନ୍ଦ ହୋଇଯାଇଥିଲା ।
