ମନୋରଞ୍ଜନ

ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍

(ମୁମ୍ବାଇ) :  ଅସ୍ତ୍ରୋପଚାର ପରେ ଘରକୁ ଫେରିଲେ ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍ ଅଲି ଖାନ। ଏବେ କିଛି ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ସୈଫ୍, କରୀନାଙ୍କ ସହ ଘରକୁ ଫେରୁଥିବା ଦେଖାଯାଇଛି। ତାଙ୍କର ଟ୍ରାଇସେପ୍ ସର୍ଜରୀ କରାଯାଇଛି। ସର୍ଜରୀ ହେବା ପରେ ତାଙ୍କୁ ଡିସଚାର୍ଜ କରାଯିବାରୁ ସେ ଘରକୁ ଫେରିଛନ୍ତି। ବହୁ ପୂର୍ବରୁ ତାଙ୍କର ଟ୍ରାଇସେପ୍ ସମସ୍ୟା ଥିବା ବେଳେ ଏବେ କରୁଥିବା ଫିଲ୍ମର ସୁଟିଂ ସମୟରେ ଯନ୍ତ୍ରଣା ବଢ଼ିବାରୁ ତାଙ୍କୁ ସର୍ଜରୀ କରିବାକୁ ପଡ଼ିଥିବା ସାମ୍ନାକୁ ଆସିଛି।

ସୂଚନାନୁଯାୟୀ , ୨ଦିନ ତଳେ ଅଭିନେତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ମିଳିଥିଲା। ଏବେ ଅସ୍ତ୍ରୋପଚାର ପରେ ସେ ଘରକୁ ଫେରିଥିବା ଦେଖାଯାଇଛି।  ବର୍ତ୍ତମାନ ସାଉଥ୍ ଫିଲ୍ମ ‘ଦେବରା’ରେ କାମ କରୁଛନ୍ତି। ଏଥିରେ ସେ ଭହିରା ଚରିତ୍ରରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଜୁନିଅର ଏନଟିଆର ଥିବା ବେଳେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ ଜାହ୍ନବୀ କପୁର।

Related posts

 ୨୦୦ କୋଟି କ୍ଲବରେ ସାମିଲ ହେବ ଫିଲ୍ମ ‘ଦ କେରଳ ଷ୍ଟୋରୀ’

mahabharatanews

ଗଦର-୨’ପାଇଁ ବିବାଦୀୟ ବୟାନଦେଇ ଚର୍ଚ୍ଚାରେ କମାଲ ଆର୍ ଖାନ୍ 

mahabharatanews

 ଫିଲ୍ମ ‘ଆନିମଲ୍’କୁ ନେଇ ସଂସଦରେ ହୋହାଲ୍ଲା

mahabharatanews