ଓଡିଶା

ରାଜ୍ୟରେ ଲାଗି ରହିବ ବର୍ଷା

(ଭୁବନେଶ୍ୱର) : ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ସହ କୋହଲା ପାଗ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କଟକ, ଯାଜପୁର, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରପଡ଼ା ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବର୍ଷା ଲାଗି ରହିବ । ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କେନ୍ଦୁଝର, ସମ୍ବଲପୁର, ବାଲେଶ୍ୱର ଜିଲ୍ଲାକୁ ଘନ କୁହୁ଼ଡି ନେଇ ପାଣିପାଗ ବିଭାଗ ପକ୍ଷକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସୂଚନାନୁଯାୟୀ , ଗତ ଦୁଇ ଦିନ ହେଲ ରାଜ୍ୟର ଅନେକ ସ୍ଥାନରେ ପାଗ କୋହଲା ରହିବା ସହ ବର୍ଷା ଜାରି ରହିଛି । ଆସନ୍ତା ୨୫ତାରିଖ ଯାଏଁ ଗୁରୁଚାପ ବଳୟର ସକ୍ରିୟ ରହିବ ଯାହା ଫଳରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ୨୬ ତାରିଖ ପରେ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ସେହିପରି ଆଜି ଘନ କୁହୁଡି ନେଇ କିଛି କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଛି ।

Related posts

ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ଜିଲ୍ଲାପାଳ

mahabharatanews

ଶାଳୀନତା ପୋଷାକ ପ୍ରସଙ୍ଗ; ଶ୍ରୀମନ୍ଦିରରେ ନିୟମ କଡ଼ାକଡ଼ି

mahabharatanews

ଜୁନ ୧୭ ବଦଳରେ ୩୦ ପରେ କଲେଜ ଖୋଲିବାକୁ ଦାବି

mahabharatanews