ଓଡିଶା

ରାଜ୍ୟରେ ଲାଗି ରହିବ ବର୍ଷା

(ଭୁବନେଶ୍ୱର) : ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ସହ କୋହଲା ପାଗ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କଟକ, ଯାଜପୁର, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରପଡ଼ା ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବର୍ଷା ଲାଗି ରହିବ । ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କେନ୍ଦୁଝର, ସମ୍ବଲପୁର, ବାଲେଶ୍ୱର ଜିଲ୍ଲାକୁ ଘନ କୁହୁ଼ଡି ନେଇ ପାଣିପାଗ ବିଭାଗ ପକ୍ଷକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସୂଚନାନୁଯାୟୀ , ଗତ ଦୁଇ ଦିନ ହେଲ ରାଜ୍ୟର ଅନେକ ସ୍ଥାନରେ ପାଗ କୋହଲା ରହିବା ସହ ବର୍ଷା ଜାରି ରହିଛି । ଆସନ୍ତା ୨୫ତାରିଖ ଯାଏଁ ଗୁରୁଚାପ ବଳୟର ସକ୍ରିୟ ରହିବ ଯାହା ଫଳରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ୨୬ ତାରିଖ ପରେ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ସେହିପରି ଆଜି ଘନ କୁହୁଡି ନେଇ କିଛି କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଛି ।

Related posts

ଟିକଟକ ନୁହେଁ କ୍ୱାରେଣ୍ଟିଂନସେଣ୍ଟରରେ ଯୋଗ କରିବେପ୍ରବାସୀ, ବସି ନୁହେଁ ଖଟିକି ନେବେ ଟଙ୍କା

mahabharatanews

କରୋନ ସଂକଟ ମଧ୍ୟରେ ସ୍ୱାସ୍ଥ୍ୟ ସଚିବଙ୍କ ବଦଳିକୁ ନେଇ ଚର୍ଚ୍ଚା

mahabharatanews

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବୋଲବମ୍ ଧ୍ଵନିରେ ପ୍ରକମ୍ପିତ ରାଜ୍ୟ 

mahabharatanews