ଓଡିଶା

ଆଗାମୀ ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା  

(ଭୁବନେଶ୍ୱର) : ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି । ଟୁଇନ ସିଟି ଭୁବନେଶ୍ୱର ଓ କଟକ ହାଲୁକା ବର୍ଷାରେ ଭିଜିଛି । ଉତ୍ତର ଉପକୂଳ ଓଡିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ଜାରି ରହିଛି ।

ସୂଚନାନୁଯାୟୀ , କାଲୁଆ ପବନ ସାଙ୍ଗକୁ ବର୍ଷା ପରେ ଥଣ୍ଡା ବଢିଯାଇଛି । ଆସନ୍ତାକାଲି ଯାଏଁ ରାଜ୍ୟର କିଛି ଜିଲ୍ଲାରେ କୋହଲା ପାଗ ଲାଗି ରହିବ । ଗତ ଦୁଇ ଦିନ ହେଲ ରାଜ୍ୟର ଅନେକ ସ୍ଥାନରେ ପାଗ କୋହଲା ରହିବା ସହ ବର୍ଷା ଜାରି ରହିଛି । ଆସନ୍ତା ୨୫ତାରିଖ ଯାଏଁ ଗୁରୁଚାପ ବଳୟର ସକ୍ରିୟ ରହିବ ଯାହା ଫଳରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ୨୬ ତାରିଖ ପରେ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ସେହିପରି ରାଜଧାନୀ ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ସକାଳୁ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।

Related posts

ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଗଲା

mahabharatanews

ଅଜଣା ଶବ ଉଦ୍ଧାର, ପୋଡି ମାରିଥିବା ସନ୍ଦେହ

mahabharatanews

ନରସିଂହପୁରରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଶୋଭାଯାତ୍ରା

mahabharatanews