ଭାରତ

ଦିଲ୍ଲୀରେ ପ୍ରବଳ ଥଣ୍ଡା,ସତର୍କତା ଜାରି 

(ଦିଲ୍ଲୀ) : ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏହାରି ଭିତରେ ଗତକାଲି ରାତିରେ ହାଲୁକା ବର୍ଷା ହୋଇଥିବାରୁ ଥଣ୍ଡା ବଢ଼ିବାରେ ଲାଗିଛି । ଜାନୁଆରୀ ୨୮ ତାରିଖ ସକାଳ ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଘନ କୁହୁଡ଼ି ରହିପାରେ। ତୁଷାରପାତ ହେତୁ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିବାବେଳେ କେବଳ ଏତିକି ନୁହେଁ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ରାଜସ୍ଥାନ ଭଳି ଉତ୍ତର ଭାରତର କେତେକ ଅଂଚଳ ପାଇଁ ଆଇଏମଡି ସତର୍କତା ସୂଚନା ଜାରି କରିଛି। ଗୁରୁବାର ଦିନ ଦିଲ୍ଲୀରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରହିଛି ।

ସୂଚନାନୁଯାୟୀ ,ଜାନୁଆରୀ ୨୫ ରୁ ୨୮ ପର୍ଯ୍ୟନ୍ତ ହିମାଳୟ ନିକଟବର୍ତ୍ତୀ ଅଞ୍ଚଳରେ ହାଲୁକା ତୁଷାରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ସିକ୍କିମ ଏବଂ ଛତିଶଗଡରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ସକାଳେ ଘନ କୁହୁଡ଼ି ଦିଲ୍ଲୀ-ଏନସିଆର ଦେଖିବାକୁ ମିଳିଥିଲା।

Related posts

ଯାତ୍ରୀଙ୍କୁ ଡାଇରିଆ ହେତୁ ଜରୁରୀ ଅବତରଣ କଲା ବିମାନ

mahabharatanews

ରେଳ ଷ୍ଟେସନରେ ପ୍ରାଣ ପ୍ରତିଷ୍ଠାର ହେବ ଲାଇଭ୍ ଷ୍ଟ୍ରିମିଂ

mahabharatanews

ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଦୀପାବଳି

mahabharatanews