ଭାରତ

ମୁହଁରେ ସାଲ ଘୋଡାଇ ରାମଲାଲାଙ୍କୁ ଦର୍ଶନ କଲେ ଅନୁପମ

(ଅଯୋଧ୍ୟା) : ଅଯୋଧ୍ୟା ରାମ ମନ୍ଦିରରେ ୫୦୦ବର୍ଷର ଅ‌ପେକ୍ଷା ପରେ ଯାଇ ପ୍ରଭୁ ରାମଲଲ୍ଲାଙ୍କୁ ସ୍ଥାପନା କରାଯାଇଛି । ଏହି କ୍ରମରେ ଅନୁପମ ଖେର ବି ଅଯୋଧ୍ୟାରେ ରାମଲଲ୍ଲାଙ୍କ ଦର୍ଶନ ପାଇଁ ପହଞ୍ଚି ଯାଇଥିଲେ। ଜାନୁଆରି ୨୨ ତାରିଖରେ ସ୍ବତନ୍ତ୍ର ନିମନ୍ତ୍ରଣ ପାଇ ରାମଲଲ୍ଲାଙ୍କ ଦର୍ଶନ କରିଥିଲେ ଅନୁପମ। କିନ୍ତୁ ଏଥିରେ ତାଙ୍କ ମନ ଭରି ନଥିଲା। ସେ ସାଧାରଣଲୋକଙ୍କ ଭିଡ଼ ଭିତରେ ପ୍ରବେଶ କରି ରାମଲଲ୍ଲାଙ୍କ ଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ ଯେମିତି କେହି ନଚିହ୍ନନ୍ତୁ ସେଥିପ‌ାଇଁ ସେ ମୁଣ୍ଡରେ ଟୋପି, ମୁହଁରେ ସାଲ ଘୋଡାଇ ହୋଇଯାଇଥିଲେ। ମନ୍ଦିରରେ ଲୋକଙ୍କ ନଜରରୁ ଲୁଚି ପ୍ରବେଶ କରିବା ସମୟରେ ଅନୁପମ ଭିଡିଓ ବି ରେକର୍ଡ କରିଥିଲେ।

ସୂଚନାନୁଯାୟୀ , ଏହି ରେକର୍ଡକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରି କ୍ୟାପସନ ଦେଇ ଲେଖିଛନ୍ତି, ‘ଦେଖନ୍ତୁ କାଲି ମୁଁ ନିମନ୍ତ୍ରିତ ଅତିଥି ଭାବେ ରାମଙ୍କ ମନ୍ଦିରରେ ପ୍ରବେଶ କରିଥିଲି। ଆଜି ମୁଁ ସାଧାରଣଲୋକଙ୍କ ଗହଳି ଭିତର ଦେଇ ମନ୍ଦିରକୁ ଯାଉଛି। ଦୁଇଦୁଇଥର ରାମଲଲ୍ଲାଙ୍କ ଦର୍ଶନ ପାଇ ଆତ୍ମାଶାନ୍ତି ହୋଇଯାଇଛି।’

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୧୯୪ ଆକ୍ରାନ୍ତ ଚିହ୍ନଟ ଓ ୨୫୫ ଜଣ ମୃତ

mahabharatanews

ହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହର

mahabharatanews

ଚଳିତ ବର୍ଷ ମଧ୍ୟ ବୃଦ୍ଧି ପାଇଛି ରାମ ମନ୍ଦିର ପୂଜକଙ୍କ ଦରମା

mahabharatanews