ମନୋରଞ୍ଜନ

ଶାନ୍ତିର ସହ ରାମଲଲ୍ଲାଙ୍କୁ ଦର୍ଶନ କରିପାରିଲେନି ଅରୁଣ

(ମୁମ୍ବାଇ) : ଅରୁଣ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠାରେ ସାମିଲ ହୋଇଥିଲେ। ଅଯୋଧ୍ୟାରେ ଅରୁଣ ଗୋବିଲଙ୍କୁ ଦେଖି ଲୋକମାନେ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ। କିନ୍ତୁ ଅରୁଣଙ୍କୁ ଅଯୋଧ୍ୟାରୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। କାରଣ ସେ ଅନେକ ଦିନକୁ ଅପେକ୍ଷା କରି ରହିଥିବା ରାମଲଲ୍ଲାଙ୍କୁ ଦର୍ଶନ କରି ପାରିଲେ ନାହିଁ।

ସୂଚନାନୁଯାୟୀ , ରାମ ମନ୍ଦିରକୁ ନେଇ ପ୍ରଶ୍ନ କରିବାରୁ ଅରୁଣ ଗୋବିଲ କହିଥିଲେ,‘ସ୍ବପ୍ନ ତ ପୂରା ହୋଇଗଲା। କିନ୍ତୁ ଅନେକ ଦିନରୁ ଅପେକ୍ଷା କରି ରହିଥିବା ରାମଲଲ୍ଲାଙ୍କ ଦର୍ଶନ ମୋତେ ମିଳିଲା ନାହିଁ। ଏ ସମୟରେ ମୁଁ କିଛି କହି ପାରିବି ନାହିଁ। ପୁଣିଥରେ ଅଯୋଧ୍ୟା ଯିବି ଶାନ୍ତିର ସହ ରାମଲଲ୍ଲାଙ୍କ ଦର୍ଶନ କରି ଫେରିବି।’ଅରୁଣଙ୍କ ପୂର୍ବରୁ ସୁନୀଲ ଲହରୀ ଅଯୋଧ୍ୟାରେ ସମ୍ମୁଖୀନ ହୋଇଥିବା ଅସୁବିଧାର ପ୍ରତିକ୍ରିୟା ଦେଇଥିଲେ। ଅଭିନେତା ପ୍ରକାଶ କରି କହିଥିଲେ, ସେ ଅଯୋଧ୍ୟାକୁ ଆସିବାର ଦୁଇ ଦିନ ବିତିଗଲାଣି କିନ୍ତୁ ସେ ଏପର୍ଯ୍ୟନ୍ତ ରହିବାକୁ ସ୍ଥାନ ପାଇନାହାଁନ୍ତି।

Related posts

ଶ୍ରେଷ୍ଠ ଶିଶୁ କଳାକାରରେ ସମ୍ମାନିତ ଆଦିବାସୀ ଝିଅ

mahabharatanews

ମଥାରେ ସିନ୍ଦୁର ପିନ୍ଧି ଖେଳିଲେ ତାପସୀ 

mahabharatanews

୫୮ ତମ ଜନ୍ମଦିନ ପାଳିଲେ ସଲମାନ ଖାନ

mahabharatanews