ବିଶ୍ୱ

 ଯୁଦ୍ଧକୁ ନେଇ ଭାବବିହ୍ୱଳ ହୋଇଗଲେ WHO ମୁଖ୍ୟ

(ଇସ୍ରାଏଲ) : ଇସ୍ରାଏଲ-ହମାସ ଯୁଦ୍ଧକୁ ୪ ମାସ ବିତିଥିଲେ ମଧ୍ୟ , ଏହି ବିନାଶ କାରୀ ଯୁଦ୍ଧ ଥମିବାର ନାଁ ନେଉ ନାହିଁ ।  ଯୁଦ୍ଧ କାରଣରୁ ଗାଜାର ଖରାପ ସ୍ଥିତିରେ ରହିଛି ଓ ଆଖି ଆଗରେ ଶହ ଶହ ନିରୀହ ଲୋକଙ୍କ ଜୀବନ ଚାଲିଯାଉଛି । ବିଶ୍ୱକୁ ଧ୍ୱଂସ କରିବା ଯୋଜନାରେ ମସ୍କୋ! ଏହି ଘଟଣା ବେଶ ସମ୍ବେଦନଶୀଳ ଓ ହୃଦୟବିଦାରକ କହି ଭାବବିହ୍ୱଳ ହୋଇଛନ୍ତି ହୁ ମୁଖ୍ୟ । ଏଥିସହ କହିଛନ୍ତି କୌଣସି ସମସ୍ୟାର ସମାଧାନ ଯୁଦ୍ଧ ନୁହେଁ । ଆଲୋଚନା ଜରିଆରେ ସମାଧାନ କରିବା ସମ୍ଭବ ବୋଲି କିଛନ୍ତି ହୁ ମୁଖ୍ୟ ।
ସୂଚନାନୁଯାୟୀ , ଗାଜା ଅକ୍ଟୋବର ୭ରେ ଇସ୍ରାଏଲ ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଧିକୃତ ପାଲେଷ୍ଟାଇନ ଅଞ୍ଚଳରେ ଅତି କମ୍‌ରେ ୨୪ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ଆଉ ଏହି ଯୁଦ୍ଧରେ ୫୮ ହଜାର ୯୨୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଉ ଲକ୍ଷାଧିକ ଲୋକ ବାସଗୃହ ଛାଡ଼ି ଏଣେ ତେଣେ ବୁଲୁଛନ୍ତି । ଏହି ଦୁଇ ଦେଶରେ ଚାଲିଥିବା ବିନାଶ କାରୀ ଯୁଦ୍ଧ କଥା କହୁ କହୁ ଭାବବିହ୍ୱଳ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନୋମ ।

Related posts

ନୋଏଡାର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ

mahabharatanews

ଆଇସିସି ମହିଳା ବିଶ୍ୱକପ୍ ଟ୍ରଫି ଜିତି ଅଷ୍ଟ୍ରେଲିଆ ସପ୍ତମ ଥର ଚାମ୍ପିୟନ

mahabharatanews

 ହାର୍ବିନ୍‌ ଆନ୍ତର୍ଜାତିକ ବରଫ ଓ ତୁଷାର ମହୋତ୍ସବ 

mahabharatanews