ଭାରତ

ପଞ୍ଚମ ଥର ପାଇଁ କେଜ୍ରିୱାଲଙ୍କୁ ଇଡି ସମନ ଜାରି 

(ଦିଲ୍ଲୀ) : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଅଡୁଆରେ ଅରବିନ୍ଦ କେଜ୍ରୱାଲ । ଆଜି ପଞ୍ଚମ ଥର ପାଇଁ କେଜ୍ରିୱାଲଙ୍କୁ ଇଡି ସମନ ଜାରି କରାଯାଇଛି । ଏହାକୁ ମିଶାଇ ୫ଥର କେଜ୍ରିୱାଲଙ୍କୁ ସମନ କରିସାରିଲାଣି ଇଡି । ଏହା ପୂର୍ବରୁ ଅନେକ ଥର କେଜ୍ରିୱାଲଙ୍କୁ ନୋଟିସ୍ ଜାରି କରାଯାଇ ସାରିଲାଣି ହେଲେ ସେ ହାଜର ହୋଇନଥିଲେ ।

ସୂଚନାନୁଯାୟୀ ,ଆସନ୍ତା ଫେବ୍ରୁଆରୀ ୨ତାରିଖରେ ହାଜର ହେବାକୁ ସମନରେ ଉଲ୍ଲେଖ କରାଯାଇଛି । ଏହା ପୂର୍ବରୁ ଜାନୁଆରୀ ୧୭, ଜାନୁଆରୀ ୩, ଡିସେମ୍ବର ୨୧ ଏବଂ ନଭେମ୍ବର ୨ରେ କେଜ୍ରିୱାଲଙ୍କୁ ଇଡି ସମନ ଜାରି କରାଯାଇଥିଲା, କିନ୍ତୁ ଦିଲ୍ଲୀ ସିଏମ ହାଜର ହୋଇନଥିଲେ । ଏହି ଦୁଇ ବର୍ଷରେ ସେମାନେ କିଛି ପାଇନାହାଁନ୍ତି । କେତେ ଟଙ୍କା ଉଦ୍ଧାର କରାଯାଇଛି, କୌଣସି ସୁନା କିମ୍ବା ଜମି ଦଲିଲ ମିଳିଲା କି ନାହିଁ, ଏନେଇ କୋର୍ଟ ମଧ୍ୟ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି, କିନ୍ତୁ ଇଡି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Related posts

ଆମେରିକା ରିପୋର୍ଟର ବଡ ଖୁଲାସା ୨୦୨୬ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ !

mahabharatanews

‘ଡିପ୍‌ଫେକ୍‌’ ଭିଡିଓ ମାମଲା : ଏପରି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

mahabharatanews

ଭୁକମ୍ପରେ ଥରିଲା  ହିମାଚଳ ପ୍ରଦେଶ

mahabharatanews