ଭାରତ

ଜେଲ ଗଲେ ହେମନ୍ତ ସୋରେନ

(ଦିଲ୍ଲୀ) : ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୁରୁବାର ସକାଳେ ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇ ଗୋଟିଏ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଇଡିର ୧୦ ଦିନିଆ ରିମାଣ୍ଡ ଆବେଦନ ଉପରେ ଅଦାଲତ ଶୁକ୍ରବାର ଆଦେଶ ଦେବାର ସମ୍ଭାବନା ରହିଛି।

ସୂଚନାନୁଯାୟୀ , ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଶ୍ରୀ ସୋରେନ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ପ୍ରଥମେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିନ୍ତୁ ସେହି ଆବେଦନ ପ୍ରତ୍ୟାହାର କରାଯାଇଛି।ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ଆବେଦନରେ ଶ୍ରୀ ସୋରେନ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର କ୍ଷମତାର ଅପବ୍ୟବହାର କରି ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ରାଜ୍ୟ ସରକାରକୁ ଅସ୍ଥିର କରିବା ପାଇଁ କାର୍ଯ୍ୟ କରୁଛି। ସେ ତାଙ୍କ ଗିରଫଦାରୀକୁ ବେଆଇନ ଏବଂ ଅଧିକାର ବିହୀନ ବୋଲି ମଧ୍ୟ କହିଛନ୍ତି।

Related posts

ବଦଳିବ ‘ଆଲିଗଡ଼’ର ନାମ

mahabharatanews

ଜିଓ କୃଷି ଜରିଆରେ ଚାଷୀଙ୍କୁ ମିଳିବ ମହତପୂର୍ଣ୍ଣ ତଥ୍ୟ

mahabharatanews

ସହିଦ ଯବାନଙ୍କ ମର ଶରୀରକୁ ଗାଁକୁ ଆଣିବାକୁ ମନା କରିଦେଲେ ଗାଁର ସରପଞ୍ଚ

mahabharatanews