ଭାରତ

ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଚମ୍ପାଇ ସୋରେନ

(ଝାଡ଼ଖଣ୍ଡ) : ଝାଡ଼ଖଣ୍ଡରେ ଚାଲିଥିବା ରାଜନୈତିକ ଡ୍ରାମା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ବିଧାୟକ ଦଳ ନେତା ଭାବେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଶୁକ୍ରବାର ପଦରେ ଶପଥ ନେବେ । ଗୁରୁବାର ରାତିରେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନଙ୍କୁ ସେ ସାକ୍ଷାତ କରିଥିଲେ । ଏହା ପରେ ରାଜ୍ୟପାଳ ଜେଏମଏମକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି ।

ସୂଚନାନୁଯାୟୀ , ବିଜେପି ନେତା ଅର୍ଜୁନ ମୁଣ୍ଡାଙ୍କ ୨ ବର୍ଷ ୧୨୯ ଦିନର ସରକାରରେ ଜେଏମଏମ ନେତା ଚମ୍ପାଇ ସୋରେନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିଲେ । ୨୦୧୦ ସେପ୍ଟେମ୍ବର ୧୧ରୁ ୨୦୧୩ ଜାନୁଆରୀ ୧୮ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ଥିଲେ। ଏହି ସମୟରେ ଝାଡ଼ଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ପରବର୍ତ୍ତୀ ସମୟରେ ହେମନ୍ତ ସୋରେନଙ୍କ ନେତୃତ୍ଵାଧୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଚମ୍ପାଇଙ୍କୁ ଖାଦ୍ୟ ଯୋଗାଣ ଓ ପରିବହନ ମନ୍ତ୍ରୀ ପଦ ଦାୟିତ୍ଵ ଦିଆଯାଇଥିଲା।

Related posts

ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳିଲା ଏସି ବଗି, ଜୀବନ୍ତ ଜଳିଗଲେ ଯାତ୍ରୀ

mahabharatanews

ବିରୋଧୀ ଦଳର ନେତା ହେବା ପରେ ବଢ଼ିଲା ରାହୁଲଙ୍କ ଗୁରୁତ୍ୱ

mahabharatanews

ତାମିଲନାଡୁରେ ପ୍ରବଳ ବର୍ଷା

mahabharatanews